ସୁରମା ପାଢୀ ବିଜେପି ର ବାଚସ୍ପତି ପ୍ରାର୍ଥୀ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର, ୧୯/୬/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ବିଜେପି ର ବାଚସ୍ପତି ପ୍ରାର୍ଥୀ । ସୁରମା ପାଢୀ  ହେବେ ବାଚସ୍ପତି। ବାଚସ୍ପତି ନିର୍ବାଚନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ବିଜେପି ର ବହୁ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ବାଚସ୍ପତି ନିର୍ବାଚନ । ଆଜି ନାମାଙ୍କନ ଦାଖଲର ଶେଷ ଦିନ। କେହି ପ୍ରତିଦ୍ଵନ୍ଦୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ। କେବଳ ଆନୁଷ୍ଠାନିକ ଘୋଷଣାକୁ ବାକି ରହିଛି। ରଣପୁର ବିଧାୟିକା ସୁରମା ପାଢୀ ୨୦୦୪ ରୁ ୨୦୦୯ ମସିହା ଯାଏଁ ବିଧାୟିକା ଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ଥିଲେ।

ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘସମୟ ଧରି ମାନସମନ୍ଥନ ଚାଲିଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଥିଲା। ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଥିଲା। ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏଣେ ବିରୋଧୀ ଦଳ ପକ୍ଷରୁ  କେହି ପ୍ରତିଦ୍ଵନ୍ଦୀ ନଥିବାରୁ ସୁରମା ପାଢୀ  ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ। କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *