ଟ୍ରଷ୍ଟ ପକ୍ଷରୁ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନକୁ ଷ୍ଟାଣ୍ଡଫ୍ୟାନ ପ୍ରଦାନ

କେନ୍ଦ୍ରାପଡ଼ା, ୩୦/୦୮/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କ୍ୟାଥରିନ ଦାସଙ୍କ ସ୍ମୃତିରେ ସହରର କଜଳାସ୍ଥିତ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନକୁ ୨ଟି ଷ୍ଟାଣ୍ଡ ଫ୍ୟାନ ପ୍ରଦାନ କରାଯାଇଛି ।

ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ସହର ଅନ୍ତର୍ଗତ କଜଳାସ୍ଥିତ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନରେ ପହଂଚି ସେଠାରେ ରହୁଥିବା ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀମାନଙ୍କ ପାଇଁ ୨ଟି ଷ୍ଟାଣ୍ଡ ଫ୍ୟାନ ପ୍ରଦାନ କରିଥିଲେ । ଷ୍ଟାଣ୍ଡଫ୍ୟାନ ପ୍ରଦାନ ସମୟରେ ଟ୍ରଷ୍ଟି ଶ୍ରୀ ଦାସଙ୍କ ସହ ଶରତ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଆର୍ଥିକ ସହାୟତା ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମୋଧାବୃତି ପ୍ରଦାନ କରାଯିବା ସହ ଘରପୋଡି, ବନ୍ୟା, ବାତ୍ୟା ଭଳି ଦୈବୀଦୂର୍ବିପାକ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ, ଚୂଡା, ଚାଉଳ, ବିସ୍କୁଟ, ରାସନ ସାମଗ୍ରୀ ପ୍ରଭୃତି ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇ ଆସୁଅଛି । ଟ୍ରଷ୍ଟର ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ଅନେକ ସମୟରେ ବହୁ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *