ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ‘ଲେଟର ଅଫ୍ ଅଥରାଇଜେସନ୍’ ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ଜୁଲାଇ୯ରେ ଭୁବନେଶ୍ୱରରେ କାର୍ଯ୍ୟକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତି

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୨୩/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର) ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା୯ଜୁଲାଇ୨୦୨୬ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି), ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏହି ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ।ଏହି  କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ୍ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ଏଥିରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ସଂପୃକ୍ତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥା ଗୁଡ଼ିକର ଅଧିକାରୀ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ପ୍ରାୟ୧୦୦୦ ଜଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।  ଏହି ‘ଲେଟର ଅଫ୍ ଅଥରାଇଜେସନ୍ (ଏଲ୍‌ଓଏ)’ ଯୋଗ୍ୟଭାରତୀୟ ପତାକାଧାରୀ ମାଛ ଧରା  ଜାହାଜଗୁଡ଼ିକୁଜାତୀୟ ଓ ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିବା ସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ।

          ବୈଠକରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଥି ମୁଖ୍ୟଶାସନ ସଚିବଶ୍ରୀମତୀ ଗର୍ଗ ସମସ୍ତପ୍ରସ୍ତୁତିରସମୀକ୍ଷାକରିବିଭିନ୍ନବିଭାଗକୁଆବଶ୍ୟକନିର୍ଦ୍ଦେଶଓ ପରାମର୍ଶ ଦେଇଛନ୍ତି ।ବିଶେଷକରି ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି , ଭିଡ଼ନିୟନ୍ତ୍ରଣ, ପରିଚ୍ଛନ୍ନତା,ନିରବଚ୍ଛିନ୍ନବିଦ୍ୟୁତଯୋଗାଣ, ଚିକିତ୍ସା ସହାୟତା ଏବଂ ଗଣମାଧ୍ୟମ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ତତ୍ ସହିତ ଓଡ଼ିଶା ରାଜ୍ୟ ମତ୍ସ୍ୟଓପ୍ରାଣୀ ସମ୍ପଦବିକାଶବିଭାଗକୁ ସଂପୃକ୍ତ ଅନ୍ୟ ଅଂଶୀଦାରୀ ବିଭାଗମାନଙ୍କ ସମନ୍ୱୟରେଅତିଥିମାନଙ୍କର ସାମୟିକ ରହଣି ଓ ଅନ୍ୟାନ୍ୟ ସୁବିଧା ସହ ମତ୍ସ୍ୟଜୀବୀ ମାନଙ୍କର ଯାତାୟତ, ବସିବା,ଖାଦ୍ୟପେୟ ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

          ଗୃହବିଭାଗ ତଥା ପୋଲିସ କମିଶନରେଟ କୁ ଭିଭିଆଇପି ସୁରକ୍ଷା, ଟ୍ରାଫିକ ପରିଚାଳନା ଏବଂ ଭିଡ଼ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ଯୋଜନାପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଭୁବନେଶ୍ୱର ମହାନଗରନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସହରର ସୌନ୍ଦର୍ଯ୍ୟକରଣ, ସ୍ଥାନ ପରିଚ୍ଛନ୍ନତା, ବେରିକେଡିଂ, ପାର୍କିଂ ବ୍ୟବସ୍ଥା ଓ ଜରୁରୀ କାଳୀନ ସହାୟତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅତିଥିମାନଙ୍କ ପାଇଁ ଯାତାୟତ ଓ ସାମୟିକ ରହଣି ସମୟରେ ଆବଶ୍ୟକ ସୁବିଧା ଦାୟିତ୍ୱ ଦିଆଯାଇଥିବାବେଳେ, ଓୟୁଏଟି ପକ୍ଷରୁମଞ୍ଚ, ଅଡିଓ-ଭିଜୁଆଲ୍ସୁବିଧା, ଡିଜିବ୍ୟାକଅପ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଛାତ୍ର ସ୍ୱେଚ୍ଛାସେବୀ  ସହାୟତା କରିବାକୁ ବ୍ୟବସ୍ଥା କରାଯିବ।

          ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ପରିବେଶ ଓ ଭବିଷ୍ୟତ ପିଢ଼ିର ସ୍ୱାର୍ଥକୁ ସୁରକ୍ଷିତ ରଖି ଦେଶରେ ଗଭୀର ସମୁଦ୍ରରେ ଦାୟିତ୍ୱପୂର୍ଣ୍ଣ ମାଛଧରାକୁ ପ୍ରୋତ୍ସାହନ ଦେବାସହିତ ଓଡ଼ିଶାକୁ ସ୍ଥାୟୀ ମତ୍ସ୍ୟବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବ। ପ୍ରକାଶ ଥାଉକି, ଓଡ଼ିଶା ରାଜ୍ୟ ସରକାର ବ୍ଲୁ  ଇକୋନୋମି(ନୀଳ ଅର୍ଥନୀତି)ର  ବିକାଶକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ମତ୍ସ୍ୟ, ସାମୁଦ୍ରିକ ଓ ଉପକୂଳଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପର ନିରନ୍ତର  ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

          ବୈଠକରେ ଶିଳ୍ପ, ଗୃହ ତଥା  ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଂଚଳ ରାଣା, ଭାରତ ସରକାରଙ୍କ ମତ୍ସ୍ୟବିଭାଗ  ଯୁଗ୍ମ ଶାସନ ସଚିବ ଡଃ. ସୁରଭି ରାୟଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗଓସଂସ୍ଥାଗୁଡ଼ିକରବରିଷ୍ଠଅଧିକାରୀମାନେଉପସ୍ଥିତରହିପ୍ରସ୍ତୁତି ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

-0-

ପଠାଣି ରାଉତ ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *