ଚିତ୍ରୋତ୍ପଳା କୁ ଡେଇଁ ନିଖୋଜ ମହିଳା ଙ୍କ ମୃତ ଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି, ୧୬/୮/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- ନେମାଳ ର ଜନୈକ ମହିଳା ସୁହାନା ପରବିନ ନିଜର ୮ ବର୍ଷ ର ପୁଅ ସହ ଗତ ମଙ୍ଗଳ ବାର ଚିତ୍ରୋତ୍ପଳା ବ୍ରିଜ ନିକଟ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନୀଶମ ବାହିନୀ ବହୁ ଖୋଜା ଖୋଜି ପରେ ପୁଅକୁ ଉଦ୍ଧାର କରି ହସପିଟାଲ ନିଆଯାଇଥିଲା କିନ୍ତୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମା କୁ ଖୋଜା ଖୋଜି ଚାଲିଥିଲା । ଆଜି ମା ର ମୃତଦେହ କୁ ଉତ୍ତର କୂଳ ମେହେନ୍ଦିପୁର ନିକଟରେ ଚିତ୍ରୋତ୍ପଳା ନଦୀରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଖବର ପାଇ ଉକ୍ତ ଶବ କୁ ମହିଳାଙ୍କ ପରିବାର ଲୋକ ଚିହ୍ନଟ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *