କଟକ ସଦର , ୧୩/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆ ଵଜାର କେନ୍ଦ୍ର ସମଵାୟ ବ୍ୟାଙ୍କ ଅଧିନସ୍ଥ କନ୍ଦରପୁର କୃଷକ ସେବା ସମବାୟ ସମିତି ପକ୍ଷରୁ ଆଜି ଶନିବାର ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟିତ ହୋଇଛି। ଏହାକୁ ସମିତିର ସଭାପତି ରାଜୀବ କୁମାର ବେଉରା ଉଦଘାଟନ କରିଥିବା ବେଳେ ଏଥିରେ ଉପସଭାପତି ପ୍ରମିଳା ବେହେରା, ପୂର୍ବତନ ସଭାପତି ହୃଷିକେଶ ଜେନା, ନିମାଇଁ ମହାପାତ୍ର,କାଳିନ୍ଦୀ ସ୍ୱାଇଁ,ପ୍ରମୋଦ ରାଉତ,ଶିଵ ପ୍ରଧାନ,ହିତପ୍ରକାଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ ହାତୀ ପ୍ରମୁଖ ବହୁ ଚାଷୀ ଓ ନିର୍ଦେଶକ ଯୋଗ ଦେଇଥିଲେ। ପରିଚାଳନାରେ ସମିତି ର ସଂପାଦକ ଧିରେନ କୁମାର ଦାଶ ସହାୟତା କରିଥିଲେ।ଚଳିତ ବର୍ଷ ୨୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେଵାକୁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଆଜି ୧୫ ଜଣ ଚାଷୀଙ୍କ ଠାରୁ ୫୦୦ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି ।
କନ୍ଦରପୁର କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ
