ସମାଜସେବୀ ନିରଞ୍ଜନ ସ୍ବାଇଁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା,୨୩/୦୬/୨୦୨୬(ଓଡିଶା ସମାଚାର/ ଅଭୟ ଜେନା )ବିଶିଷ୍ଟ ସମାଜସେବୀ,କଳାନୁରାଗୀ, ବହୁ ଅନୁଷ୍ଠାନର ପ୍ରତିଷ୍ଠାତା, ରାଜନେତା ନିରଞ୍ଜନ ସ୍ବାଇଁଙ୍କ ଦ୍ଵାଦଶାହ ତିଥିରେ ଅଳି ଯୋଡ଼ା ସ୍ଥିତ ଜେ ଏନ କଲେଜ ପଡିଆରେ ଏକ  ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି  ।

  ଶିକ୍ଷାବିତ ଅଭୟ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ସ୍ବାଇଁଙ୍କ ଜୀବନର ଉଲ୍ଲେଖନୀୟ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ପ୍ରତି ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ ।

ବିଶିଷ୍ଟ ଅତିଥି ଭାବେ ଆଇଏ ଏସ ଉପେନ୍ଦ୍ର ନାଥ ବେହେରା, ପ୍ରାଧ୍ୟାପକ ଡକ୍ଟର ଯୁଧିଷ୍ଠିର ଖଟୁଆ, ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସ୍ୱାଇଁ, ସାହିତ୍ୟିକ ଅଖିଳେଶ ମହାନ୍ତି, ଡକ୍ଟର ଭାବଗ୍ରାହୀ ରାଉତ,ପ୍ରାକ୍ତନ ଅଧ୍ୟକ୍ଷ ପ୍ରତାପ ଚୌଧୁରୀ,ନାଟ୍ୟକାର କିଶୋର ଚନ୍ଦ୍ର ଦାଶ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂ,ସଂସ୍କୃତି ସଂଗଠକ ହୃଷିକେଶ ଲାଲ, ରାମଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ କୈଳାଶ ଚନ୍ଦ୍ର ସ୍ୱାଇଁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଯୋଗୀ ନିରଞ୍ଜନ ସ୍ୱାଇଁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା,କବି ପ୍ରଶାନ୍ତ କୁମାର କର,ସମାଜସେବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନାଟ୍ୟକାର ମନୋଜ ପଣ୍ଡା, ସରପଞ୍ଚ କମଳାକାନ୍ତ ଦାଶ,କବି ଗୌତମ ଜେନା,ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା,ପ୍ରାଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବରାଳ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପଦ୍ମାଳଭ ବେହେରା,ସାମ୍ବାଦିକ ଧନେଶ୍ୱର ସେଠୀ,ସାମ୍ବାଦିକ ଅଶୋକ ଦାଶ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ତ୍ରିନାଥ ଜେନା,ଦେବଜ୍ୟୋତି ଦାସ,ସାମ୍ବାଦିକ ଅଜୟ ମହାନ୍ତି, ପୂର୍ବତନ  ଜିଲ୍ଲାପରିଷଦ ସଭ୍ୟ ରିଆଜୁଲ ହୋଦା,ଜଗବନ୍ଧୁ ସେଠୀ,ରତ୍ନାକର ସେଠୀ,ସବିତା  ଶତପଥୀ, ଗୌରାଙ୍ଗ ବେହୁରା,ପ୍ରମୁଖ ସ୍ବର୍ଗତ ସ୍ୱାଇଁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

    ହୃଷିକେଶ ସ୍ୱାଇଁ, ମୃତ୍ୟୁଞ୍ଜୟ ବରାଳ, ବଳରାମ ସ୍ୱାଇଁ,ହେମନ୍ତ ବେହେରା, ଗିରିଜା ପ୍ରସାଦ ମିଶ୍ର,ବୃଷକେତୁ ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *