କଳିଙ୍ଗ କଳା ପରିଷଦ ଆୟୋଜିତ ଷୋହଳ ତମ ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ରାଉରକେଲା,୧୭/୦୧/୨୦୨୪(ଓଡ଼ିଶା ସମାଚାର)- କଳିଙ୍ଗ କଳା ପରିଷଦ ଏବଂ ରାଉରକେଲା ଇସ୍ପାତ କାରଖାନାର ସହଯୋଗରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ତିନୋଟି ନାଟକ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ଉପଦେଷ୍ଟା ପ୍ରଶାନ୍ତ କୁମାର ପୁହାଣଙ୍କ ଅଧ୍ୟକ୍ଷତା ଓ ଲୋକସଂପର୍କ ଅଧିକାରୀ ବିଭୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଦ୍ଵିତୀୟ ସନ୍ଧ୍ୟାରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ମୁଖ୍ୟ ମହାପ୍ରବନ୍ଧକ ଏସ. ଏସ୍. ରାୟ ଚୌଧୁରୀ ଯୋଗ ଦେଇଥିଲେ। ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାର ପ୍ରଥମ ନାଟକ ‘ବନ୍ଧନ ‘ ଦୁଇବନ୍ଧୁଙ୍କ ନିବିଡ ସମ୍ପର୍କ ର ବନ୍ଧନ ର ପୃଷ୍ଠଭୂମି ଉପରେ ଆଧାରିତ ଥିଲା। ଏହି ନାଟକ ଟିକୁ ପରିବେଷଣ କରିଥିଲେ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ। ରଚନା ଏବଂ ନିର୍ଦେଶନା ଗୀତାରାଣୀ ବେହେରା ଦେଇଥିବା ବେଳେ ସଙ୍ଗୀତ ରେ ପଞ୍ଚାନନ ମଲ୍ଲିକ ଏବଂ ମଞ୍ଚସଜ୍ଜା କରିଥିଲେ ରଣଜିତ ଦାଶ। ଅଭିନୟ ରେ ଥିଲେ ସୁବାସ ଜେନା, ପ୍ରଜ୍ଞାନ କୁମାର ସାହୁ, ଆଶୁତୋଷ ବାରିକ,ରୋହନ ରାଜ ବିଶ୍ଵାଳ, ସ୍ଵୟମ ମିଶ୍ର, ଆଶିଶ କୁମାର ସାହୁ ,ସାଗର ମଣ୍ଡଳ, ଅନ୍ଵେଷ ଡାକୁଆ, ହରି ଓମ୍ ସିଂ,ଶୁଭମ ମହାପାତ୍ର,,ଅମନ୍ ବେହେରା, ନିର୍ଭୀଘ୍ନ ମିଶ୍ର, ରାଜେଶ୍ୱରୀ ଜେନା, ଶ୍ରୁତିରେଖା ମୁଦୁଲି, ଏବଂ ପ୍ରଜ୍ଞା ପାରମିତା ମହାକୁଡ଼ ପ୍ରମୁଖ।
ଦ୍ଵିତୀୟ ନାଟକ ଜନନୀ ଜନ୍ମଭୂମି ଏଇ ଆମରି ଗାଁ ପରିବେଷଣ କରିଥିଲେ ମଧୁସୂଦନ ଶିକ୍ଷା ନିବାସ ର ପିଲାମାନେ। ଆଧୁନିକ ସଭ୍ୟତାର ଚାକଚକ୍ୟ ଭିତରେ ହଜି ଯାଉଛି ଗ୍ରାମୀଣ ଜୀବନ ର ଲାଳିତ୍ୟ। ଗାଁ ମାଟିର ମହକ କୁ ଖୋଜିବା ମଧ୍ୟ ରେ ଗତିଶୀଳ ହୋଇଛି ନାଟକ। ନାଟ୍ୟକାର ଭାସ୍କର ମହାପାତ୍ର ନାଟକ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ନିରୁପମା ନାୟକ, ସଙ୍ଗୀତରେ କଳ୍ପିତା ସରନ ଓ ଅଭିନୟରେ ସାଇକୃପା ପ୍ରଧାନ, ଆଦିତ୍ୟ ପ୍ରସାଦ ଜେନା, ଶୁଭଙ୍କର ସୁନା, କୃତିବାସ ପରିଡା, ଅଂଶୁମାନ ସାହୁ, ଅମନ ପତି, ମୁକେଶ କୁମାର ମଲ୍ଲିକ, କ୍ରୀଡ଼ା ଅଧିକାରୀ, ପ୍ରିୟଙ୍କା ସ୍ଵାଇଁ ଏବଂ ନନ୍ଦିତା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ। ଦ୍ୱିତୀୟ ସନ୍ଧ୍ୟା ର ତୃତୀୟ ନାଟକ ଥିଲା କଳି ଯୁଗରେ ପରିବର୍ତ୍ତନ । ଆମର ସୁନ୍ଦର ଧରା କୁ ହିଂସା, ଦ୍ଵେଷ ,ଘୃଣା ରୁ ମୁକ୍ତ କରିବା ପାଇଁ ପରିବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ଜ୍ଞାନଜ୍ୟୋତି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ। ନାଟକକୁ ଶାଶ୍ଵତୀ ପଣ୍ଡା ରଚନା କରିଥିବା ବେଳେ, ନିର୍ଦ୍ଦେଶନା ଦେଇଥିଲେ ସନ୍ଧ୍ୟା ତାରା ମହାପାତ୍ର। ମଂଚ ସଜ୍ଜା କରିଥିଲେ ଝରଣା ସାହୁ ,ଅଭିନୟ ରେ ସର୍ଵଶ୍ରୀ ଅରବିନ୍ଦ ବେହେରା, ହର୍ଷବର୍ଦ୍ଧନ ସାହୁ ମୃତ୍ୟୁଞ୍ଜୟ ବାରିକ, ତ୍ରିଲୋଚନ ଶଶାଙ୍ଗ, ସତ୍ୟମ ପଣ୍ଡିତ,ଶ୍ରଦ୍ଧାଞ୍ଜଳି ଖଣ୍ଡୁଆଳ,ଅଙ୍କିତା ନାୟକ, ଶ୍ରୁତି ଆକାଂକ୍ଷା ସୂତାର, ଚିରସ୍ମିତା ସାହୁ,ଅରୁଣିମା, ଆଦ୍ୟାଶା ପ୍ରଧାନ ପ୍ରମୁଖ ଅଭିନୟ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ସାଧାରଣ ସମ୍ପାଦକ ଉମାକାନ୍ତ ବିଶୋଇ, ସଭାପତି ପ୍ରଦୀପ କୁମାର ସାହୁ ,କାର୍ୟ୍ୟକାରୀ ସଭାପତି କାର୍ତ୍ତିକେୟ ବେହେରା, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ,ଅର୍ଚ୍ଚନା ଶତପଥୀ,କ୍ଷଣପ୍ରଭା ବିଶୋଇ, ସ୍ମିତା ମିଶ୍ର,ସୈ।ମ୍ୟରଞ୍ଜନ ଜେନା, କ୍ରୀଷ୍ଣା ନାୟକ, ଚନ୍ଦ୍ରଶେଖର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲାବେଳେ ପରିଚାଳନା ରେ ଅଙ୍କିତା ଅରଖ, ଲିପ୍ସା ନାୟକ, ହରିଶ ମହାନ୍ତି, ଆଶିଷ ଦାସ, ବାସୁଦେବ, ପ୍ରଳୟ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଜୟନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *