ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତିଙ୍କ ୧୦୫ ତମ ଜୟନ୍ତୀ

କେନ୍ଦ୍ରାପଡ଼ା, ୦୨/୦୫/୨୦୨୬ (ଓଡ଼ିଶା ସମାଚାର)- ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତିଙ୍କର ୧୦୫ତମ ଶୁଭ ଜନ୍ମଦିବସ ପବିତ୍ର ବୈଶାଖୀ ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱର ସ୍ଥିତ ଆନନ୍ଦମାର୍ଗ ଜାଗୃତି (ବିଦ୍ୟାଳୟ)ରେ ଅନୁଷ୍ଠିିତ ହୋଇଯାଇଛି । ଏହି ପବିତ୍ର ସମାରୋହରେ ବର୍ତମାନ ସମାଜ ପାଇଁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତିଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ଚକ୍ରରେ କାହ୍ନୁଚରଣ ବେହୁରା, ପ୍ରମୋଦ ବେଦ, ଅଶୋକ ମହାରଣା ପ୍ରମୁଖ ଯୋଗଦେଇ ଗୁରୁଦେବଙ୍କ ପ୍ରଦତ ଆଧ୍ୟାତ୍ମିକ, ସାମାଜିକ, ଅର୍ଥନୈତିକ, ସଂସ୍କୃତି, ଶିକ୍ଷା,ସମାଜସେବା, ସଙ୍ଗୀତ ଓ ନାରୀ ଜାଗରଣ ପ୍ରଭୃତି ବିଷୟ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଆନନ୍ଦମାର୍ଗର କେନ୍ଦ୍ରାପଡା ଜିଲା ସମ୍ପାଦକ ଅଶୋକ ମହାରଣା ସଭା ପରିଚାଳନା କରିଥିଲେ ।

ଏହି କାର୍ୟ୍ୟକ୍ରମରେ ଗଣେଶ ପରିଡା, ଅନନ୍ତ ଓଝା, ପରମାନନ୍ଦ, ପର୍ଶୁରାମ, ସତ୍ୟଜିତ୍, ବନ୍ଦିତା, ରଶ୍ମୀତା, ରାଜେଶ ଓଝା, କାଳନ୍ଦୀ, ପ୍ରତିମା, ପ୍ରଭାତୀ, କେନ୍ଦ୍ରାପଡା ଜିଲା ଓ ଯାଜପୁର ଜିଲାର ବରୀ ବ୍ଲକର ବିଭିନ୍ନ ଅଂଚଳରୁ ବରିଷ୍ଠ ସନ୍ୟାସୀ, ବୁଦ୍ଧିଜୀବୀ, ସମାଜସେବୀ, ଯୁବ, ଛାତ୍ରଛାତ୍ରୀ ଓ ଆନନ୍ଦମାର୍ଗୀମାନେ ଯୋଗଦେଇଥିଲେ । ପ୍ରାତଃରୁ ପ୍ରଭାତ ସଙ୍ଗୀତ, କୀର୍ତନ ଓ ଯୋଗ ସାଧନାରେ ସମସ୍ତ ଭକ୍ତବୃନ୍ଦ ଯୋଗ ଦେଇଥିଲେ । ଆନନ୍ଦମାର୍ଗ ସଙ୍ଗଠନର କେନ୍ଦ୍ରାପଡା ଜିଲା ମୁଖ୍ୟ ଆଚାର୍ୟ୍ୟ ବିକାଶାନନ୍ଦ ଅବଧୂତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *