ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୬(ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ସର୍ବପୁରାତନ ବେଲେଶ୍ୱରୀ ସଂଗୀତ କଳାନିକେତନ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ବିଶ୍ୱ ସଂଗୀତ ଦିବସ ଅବସରରେ ସଂଗୀତ ପ୍ରଜ୍ଞା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୁରୁ ଗୋପୀନାଥ ବେହେରାଙ୍କ ତତ୍ୱାବଧାନକ୍ରମେ ସଭାପତି ଦେବେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ସହସଂପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାକ୍ରମେ ଉଦ୍ଘାଟକ ଭାବେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସଂପାଦକ ତଥା ବିଶିଷ୍ଟ ସାରସ୍ୱତ ସାଧକ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗଦେଇ ସଂଗୀତ ଏକ ଆମୋଦଦାୟକ ଓ ମନପ୍ରଫୁଲ୍ଲିତ ର କଳା ବୋଲି ମତ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରସ୍ୱତ ସାଧିକା ଶିକ୍ଷାବିତ୍ ତଥା ଉତ୍କଳ ସାହିତ୍ୟସମାଜ ର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟା ଡ. ବୈଜୟନ୍ତୀମାଳା ଶତପଥି ଯୋଗଦେଇ ସୁସ୍ଥ ଜୀବନଧାରା ପାଇଁ ସଂଗୀତ ଦ୍ୱାରା ବିଶାଦଶୂନ୍ୟ ଓ ଚଳଚଞ୍ଚଳ ରହିବ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସିଟି ମହିଳା ମହାବିଦ୍ୟାଳୟ ମନସ୍ତତ୍ୱ ବିଭାଗ ଅଧ୍ୟାପିକା ତଥା ବିଶିଷ୍ଟ ଗୀତିକବି ଜ୍ୟୋତ୍ସ୍ନା ସାମନ୍ତରାୟ, ବରେଣ୍ୟ ଅତିଥି ଭାବେ କୃଷକ ସମ୍ବାଦ ଓ ସର୍ବଶକ୍ତିର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନମଣ୍ଡଳ ଅତିରିକ୍ତ ଶିକ୍ଷା ଅଧିକାରୀ ଡ. ପ୍ରସନ୍ନ କୁମାର ଦାସ, ସୁଭଦ୍ରା ମହତାବ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ସୁଧୀର କୁମାର ଦାସ, ଅନୁଷ୍ଠାନର ଆଇନପରାମର୍ଶଦାତା ତଥା ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ ପ୍ରମୁଖ ଯୋଗଦାନ କରି ସଂଗୀତର ପ୍ରଜ୍ଞା ଜୀବଜଗତ ପ୍ରତି ଥିବା ସକରାତ୍ମକ ଓ ବାସ୍ତବବାଦୀ ପ୍ରତିବଦ୍ଧତାକୁ ବର୍ଣ୍ଣନା କରିଥିଲେ ।
ପ୍ରାରମ୍ଭରେ ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ବେଦପାଠ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ରରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଦେବବ୍ରତ ପଣ୍ଡା, ବରିଷ୍ଠ ସଭ୍ୟ ବୈକୁଣ୍ଠ ଚରଣ ସାହୁ, ଗୀତିକବି ସବିତା ଶତପଥି, ଅଭିମନ୍ୟୁ ସାହୁ, ଶିକ୍ଷୟିତ୍ରୀ ମିନତୀ ନାୟକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁଧୀର ଚନ୍ଦ୍ର ଷଢଙ୍ଗୀ, ଯୁବସମାଜସେବୀ ବିକ୍ରମ କେଶରୀ ନାଥ, ଧରଣୀଧର ମହାନ୍ତି, ନାରାୟଣ ନାଥ, ସୁଧୀର କୁମାର କର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏହି ଅବସରରେ ଅନୁଷ୍ଠାନର ସଂଗୀତଗୁରୁ ଅଧ୍ୟାପକ ଯଶୋବନ୍ତ ଜେନାଙ୍କ ପ୍ରବର୍ତ୍ତନରେ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ତବଲାଗୁରୁ ଅଜୟ କୁମାର ଦାସ, ସଂଗୀତ ଗୁରୁ ଦେବାଶିଷ ମହାନ୍ତି, କୀର୍ତ୍ତିକଲ୍ୟାଣୀ କର, ଶଶୀରେଖା ସ୍ୱାଇଁ, ଦିପ୍ତିମୟୀ କର, ସାଇ ଶୁଭମ୍ ପୃଷ୍ଟି, ଭାଗ୍ୟଧର ସାହୁ, କୃପାସିନ୍ଧୁ ବାରିକ, ମାନସ କୁମାର ମହାନ୍ତି, ନରେଶ ରାଉଳ, ଦାସ ଅଙ୍କିତା ଚାନ୍ଦ, ପ୍ରିୟାଂଶି ଖୁଣ୍ଟିଆ, କୀତ୍ତି କଲ୍ୟାଣୀ କର, ଜୟପ୍ରକାଶ ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସଂଗୀତପ୍ରେମୀମାନେ ଯୋଗଦାନ କରିଥିଲେ ।
