ପୋଲିସ ପାଟ୍ରୋଲିଂ ବେଳେ ଜଙ୍ଗଲ ଅଞ୍ଚଳରେ ଗଛିତ ଥିବା ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ

ବାଲିଗୁଡା,୦୨/୦୪/୨୬: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି ।

ଏ ନେଇ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ନଂ. ୭୮/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। କେହି ଗଞ୍ଜେଇ ମାଫିଆ ଏହି ବେଆଇନ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖି ଥ‌ିବା ସନ୍ଦେହ କରାଯାଉଥିବା ଥାନା ଅଧିକାରୀ ଶିବରଞ୍ଜନ ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *