ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରୋ-ଟେମ (କାମଚଳା) ବାଚସ୍ୱତି

ଭୁବନେଶ୍ୱର, ୧୩/୬/୨୦୨୪ (ଓଡ଼ିଶା ସମାଚାର)-  ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ନବ ନିର୍ବାଚିତ ବିଧାୟକମାନେ ଶପଥ ପାଠ କରିବେ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରୋ-ଟେମ (କାମଚଳା) ବାଚସ୍ୱତି ଭାବେ ନବ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ପାଠ କରାଇବେ । ଆସନ୍ତା କାଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରୋ-ଟେମ (କାମଚଳା) ବାଚସ୍ୱତି ଭାବେ ଶପଥ ପାଠ କରିବେ । ରାଜ୍ୟପାଳ ତାଙ୍କୁ ଆସନ୍ତା କାଲି ଶପଥ ପାଠ କରାଇବେ । ଆସନ୍ତା ୨୦ ତାରିଖ ରେ ବାଚସ୍ପତି ନିର୍ବାଚନ ହେବ । ଶାସକ ବିଜେପି ପକ୍ଷରୁ ସୁରମା ପାଢ଼ୀ ବାଚସ୍ପତି ପ୍ରାର୍ଥୀ ହେବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *