କଟକ ସଦର, ୦୨/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକ ପ୍ରଶାସନ ପକ୍ଷରୁ ଆଜି ସୋମବାର ଦିନ କିଶନନଗର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଵାରଦା ଓ କିଶନନଗର ଦୁଇଟି ପଞ୍ଚାୟତ ପାଇଁ ଏକ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଵିଡିଓ ପ୍ରତୀକ ସାହୁ, କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, କିଶନନଗର ସରପଂଚ ସୁଜାତା ସେଠୀ,ଵାରଦା ସରପଂଚ ନିରୋଜା ନଳିନୀ ଦାସ ଙ୍କ ସମେତ ବ୍ଲକର ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
ଶିବିର ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ର କନିଷ୍ଠ ଅଧିକାରିଣୀ ତପସ୍ୱିନୀ ବେହେରା, କିଶନନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ଦାଶ,ଵାରଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହନ୍ତ ପ୍ରମୁଖ ସହାୟତା କରିଥିଲେ। ଶିବିର ରେ ଦୁଇଟି ପଞ୍ଚାୟତର ୧୦୯ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡ଼ିକର ସମାଧାନ ପାଇଁ ବିଡ଼ିଓ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
