ଜଗତସିଂହପୁର,୦୭/୦୨/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ୮ଟି ବ୍ଳକ ଓ ୨ଟି ମୁନିସିପାଲଟିର ୧୦୫ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ତିରୁପତି ଓ ଭେଲୋର ଯାତ୍ରା କରିଛନ୍ତି। ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୩ଗୋଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ପାରୁଲ ପଟାୱାରୀ ବରିଷ୍ଠ ନାଗରିକ ମାନଙ୍କର ଶୁଭକାମନା କରି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସହିତ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଶାରଦା କୁମାର ସାହୁ, ଜିଲ୍ଲା ମ୍ୟାନେଜର ଓସୱାସ ସୁଧାଂଶୁ ବେହେରା, ଜିଲ୍ଲା ପର୍ୟ୍ୟଟନ ବିଭାଗର ରାଧାମୋହନ ଜେନା ଏସକଟ ଅଫିସର ଭାବେ ଗସ୍ତ କରିଛନ୍ତି। ଆସନ୍ତା କାଲି ସ୍ୱତନ୍ତ୍ର ଟ୍ରେନରେ ସେମାନେ ଭୁବନେଶ୍ୱରରୁ ତିରୁପତି ଅଭିମୁଖେ ଯାତ୍ରା କରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ଯାତ୍ରାର ଶୁଭାରମ୍ଭ କରିବେ। ଆଜି ସକାଳେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ମାନେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, କାର୍ୟ୍ୟାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।