ଯାଜପୁର ଜିଲ୍ଲା କୋର୍ଟ ପରିସରରେ ଯୋଗ ଦିବସ ପାଳିତ

ଯାଜପୁର,୨୨/୦୬/୨୦୨୬ (ଓଡ଼ିଶା ସମାଚାର)-ଉଚ୍ଚ ନ୍ୟାୟାଳୟ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କୋର୍ଟ ପରିସରରେ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଜିଲ୍ଲା କୋର୍ଟର ସମସ୍ତ ବିଚାରପତି ବୃନ୍ଦ ଏବଂ କର୍ମଚାରୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ। ଦୈନିକ ଦିନଚର୍ଯ୍ୟାରେ କିପରି ଯୋଗାଭ୍ୟାସ, ଆସନ ଓ ପ୍ରାଣାୟାମକୁ ସାମିଲ କରି ନିଜକୁ ସୁସ୍ଥ ରଖିପାରିବେ, ସେ ସମ୍ପର୍କରେ ଯୋଗଗୁରୁ ବିକାଶ ଚନ୍ଦ୍ର ସାହୁଙ୍କଠାରୁ ଶିକ୍ଷା ନେଇଥିଲେ। ଏହି ଶିବିରକୁ ଜିଲ୍ଲା କୋର୍ଟର ରେଜିଷ୍ଟାର ପଲ୍ଲବୀ ରାଣୀ ସାହୁ ଏବଂ ଆଇନ ସେବା ପ୍ରାଧିକରଣର ସଚିବ ଲିପା ମହାନ୍ତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *