ଜିଲ୍ଲାସ୍ଥରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଜଗତସିଂହପୁର,୨୪/୦୩/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ଥରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି।ଏହି ଦିବସ ଡ଼କ୍ଟର ରବର୍ଟ କୋଚ ଙ୍କ ସ୍ମୃତିରେ ପ୍ରତିବର୍ଷ ପାଳନ କରାଯାଉଛି।କାରଣ ୨୪ ମାର୍ଚ୍ଚ  ୧୮୮୨ରେ ରବର୍ଟ କୋଚ ମାଇକୋବାକଟେରୀଭନ ଟ୍ୟୁବେରିକୁଲୋ ସିସ ଆବିଷ୍କାର କରିଥିଲେ।ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା୍ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ କହିଲେ ଯକ୍ଷ୍ମା ରୋଗ ର ନିରାକରଣ ପାଇଁ ଅଧିକ ରୁ ଅଧିକ ଯକ୍ଷ୍ମା ସନ୍ଦିଗ୍ଧ ଙ୍କ ରେଫରାଲ ବୃଦ୍ଧି ଆବଶ୍ୟକ ଏବଂ ସମାଜରେ ସଚେତନତା କୁ ମଧ୍ୟ ବୃଦ୍ଧି କରିବା ଦ୍ୱାରା ଭେଦଭାବ ହ୍ରାସ ହୋଇପାରିବ ଏବଂ ଲୋକମାନେ ଜାଗ୍ରତ ହୋଇ ପାରିବେ।ଏ. ଡି. ପି. ଏଚ. ଓ (ଟିବି ) ଡା. ରଶ୍ମିରଂଜନ ପଟ୍ଟନାୟକ ଯୋଗଦେଇ କହିଲେ ଜିଲ୍ଲାରେ ଯକ୍ଷ୍ମା ରୋଗର ନିରାକରଣ ଓ ଚିକିତ୍ସା ସମସ୍ତ ଡାକ୍ତରଖାନା ରେ ବିନା ମୂଲ୍ୟରେ ଉପଲବ୍ଧ ହେଉଅଛି।ଏହି ଦିବସ ପାଳନ ଅବସରରେ ଜିଲ୍ଲାର  ୩୫  ଜଣ  ଯକ୍ଷ୍ମା ବିଜେତା ଭାଗ ନେଇଥିଲେ।ଏହି ଦିବସ ପାଳନ ଅବସରରେ NTEP ଷ୍ଟାଫ ବିପିନବିହାରୀ ପାତ୍ର, ମହମ୍ମଦ ୱାକର ଅଲି, ସୁଶୀଲ କୁମାର ସ୍ୱାଇଁ,ତପନ ମଲ୍ଲିକ,ସଞ୍ଜୟ ବିଶ୍ୱାଳ, ବିଜୟଲଷ୍ମୀ ସାମଲ,ଶୁଭ୍ରାଂଶୁ ଶେଖର ନାୟକ ଓ ହେମନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ବିପିନବିହାରୀ ପାତ୍ର ଯକ୍ଷ୍ମା ରୋଗର ଲକ୍ଷଣ ଏବଂ ଯକ୍ଷ୍ମା ବିଲୋପ ଦିଗରେ ଜିଲ୍ଲାର ସଫଳତା ବିଷୟରେ ଆଲୋଚନା କରିଥିଲେ।ମହମ୍ମଦ ୱାକର ଅଲି ସଭା ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *