ଯୁବ ସାମ୍ବାଦିକ ସ୍ୱର୍ଗତ ଦୀପକ ସାହୁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା ୨୧/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ବ୍ଲକର ଯୁବ ସାମ୍ବାଦିକ, ତଥା ସମ୍ବାଦର ସ୍ଥାନୀୟ ପ୍ରତିନିଧି ଦୀପକ କୁମାର ସାହୁଙ୍କ ଅକାଳ ବିୟୋଗ ମାହାଙ୍ଗା ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ବର୍ଷ ଧରି ସେ ବ୍ଲକ ପ୍ରତିନିଧି ଭାବେ କାର୍ୟ୍ୟ କରିଆସୁଥିଲେ । ସେ ହଠାତ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘାଟିଥିଲା।

ସ୍ବର୍ଗତ ସାହୁଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ବଣୁଆ ମହାପୁରୁଷଙ୍କ ପୀଠରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଖିଳେଶପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ, ସମାଜସେବୀ ତଥା ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ରଶ୍ମିରଂଜନ ମହାନ୍ତି, ବିଜୟ ଜେନା, ତାପସ ବିଶ୍ୱାଳ,ସତ୍ୟବ୍ରତ ବାରିକ, ଦୟାନିଧି ସାହୁ,ଶିବ ଚରଣ ଜେନା, କ୍ରିଷ୍ଣକାନ୍ତ ଷଢଙ୍ଗୀ, ରବିନାରାୟଣ ଦାସ, ଯାଜ୍ଞଶ୍ୱର ବିଶ୍ୱାଳ, ରମେଶ ଦାସ,ସୁରେଶ ବଳ, ପ୍ରଦୀପ୍ତ ମହାରଣା, ବିକାଶ ମହାନ୍ତି, ରାମକୃଷ୍ଣ ସାହୁ,ହରିହର ସାହୁ,ଉମାକାନ୍ତ ଜେନା,ପ୍ରଶାନ୍ତ ମିଶ୍ର,ମହେଶ୍ୱର ବେହେରା,ଦିବାକର ରାଉତ,ଅକ୍ଷୟ ରାଉଳ, ଶ୍ୟାମ ସୁନ୍ଦର ପଲେଇ, ଉତ୍ତମ ପ୍ରସାଦ ରାଉତ, ପ୍ରଭାତ ଜେନା, ତୁଷାରଜ୍ୟୋତି ନାୟକ, ପବିତ୍ର ଓଝା,ସଂଯୁକ୍ତା ସାହୁ, ରଞ୍ଜନ ବାରିକ,ଡଲି ବେହେରା, ହିମାଂଶୁ ପୃଷ୍ଟି, ସପ୍ତଜ୍ୟୋତି ରାଉଳ, ଦେବେନ୍ଦ୍ର ଷଢଙ୍ଗୀ, ହେମନ୍ତ ଦାସ, ଦାମୋଦର ପରିଡା, ପ୍ରଦୀପ୍ତ ବିଶ୍ୱାଳ, ଜଗନ୍ନାଥ ମଲ୍ଲିକ, ବିଜୟ କୁଅଁର, ଅଭିଷେକ ରାୟ, ଆଲୋକ ସେଠୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *