କଟକ,୧୫/୦୭/୨୦୨୬ (ଓଡ଼ିଶା ସମାଚାର): ୧୨ ତମ ଅଲ ଓଡିଶା ଓପନ୍ ଟିଏସ୍ଆଇକେଏଫ୍ କରାଟେ ଚାମ୍ପିଅନସିପ – ୨୦୨୬ କଟକ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଓଡିଶା ଟ୍ରାଡିସନାଲ ଶୋଟକଣ କରାଟେ ଡ଼ୁ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି କରାଟେ ଚାମ୍ପିଅନସିପ ପ୍ରତିଯୋଗିତାରେ କଟକ,ଖୋର୍ଦ୍ଧା,କେନ୍ଦ୍ରାପଡା,ପାରାଦୀପ ଓ ଭୁବନେଶ୍ବରରୁ ୪୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ଆତ୍ମରକ୍ଷା କୌଶଳ ଅତି ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲେ ।
ସମସ୍ତ ପ୍ରତିଯୋଗିତାକୁ ୬୦ ରୁ ଉର୍ଦ୍ଧ ଦକ୍ଷ ପ୍ରଶିକ୍ଷକ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ଆସୋସିଏସନର ସଂପାଦକ ଆଦିତ୍ୟ ମିଶ୍ର,ସଭାପତି ପ୍ରଭାତ ପାଣି ଓ କୋଷାଧ୍ଯକ୍ଷା ଦୀପ୍ତିମୟୀ ମିଶ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବାରେ ସହାୟତା ପ୍ରଦାନ କରିଥିଲେ । ପରିଶେଷରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମେଡାଲ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।
