ଚତୁର୍ଥ ତମ ଶବର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

(ବି ଏମ୍ ଡବ୍ଲୂ କାଦଡ଼ିହା କୁ ୫-୪ ଗୋଲ ରେ ହରାଇ ସମ୍ବଳ ଚମ୍ପିୟାନ)

ପାଳଲହଡ଼ା ୧୫/୧୦/୨୦୨୪ (ଓଡ଼ିଶା ସମାଚାର)-ପାଳଲହଡ଼ା ବ୍ଲକ ଇଶ୍ଵରନଗର ପଞ୍ଚାୟତ ସମ୍ବଳ ଖେଳ ପଡ଼ିଆ ଠାରେ ତିନି ଦିନ ଧରି ଆଖ ପାଖ ଅଞ୍ଚଳ ର ୧୬ ଟି ଦଳ କୁ ନେଇ ଚାଲିଥିବା ଶବର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ଦିବସ ରେ ବି ଏମ୍ ଡବ୍ଲୁ କ୍ଲବ କାଦଡିହା ଓ ସମ୍ବଳ ମଧ୍ୟରେ ଆୟୋଜିତ ହୋଇଥିଲା ନିର୍ଦ୍ଧାରିତ ସମୟରେ ଗୋଲ ଶୂନ୍ୟ ହୋଇ ଥିବାରୁ ଟ୍ରାଇବେ୍ରକର୍ ରେ ସମ୍ବଳ ଦଳ ୫-୪ ଗୋଲ ରେ ହରାଇ ଚମ୍ପିୟାନ ହୋଇଥିଲା। ଫାଇନାଲ ଦିବସ ରେ ମୁଖ୍ୟ ଅତିଥି ଭାବରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ସମ୍ମାନୀୟ ଅତିଥି ଭାବରେ ସାଂସଦ ଙ୍କ ପ୍ରତିନିଧି ତନ୍ମୟ ସାହୁ,ଇଶ୍ଵରନଗର ସରପଞ୍ଚ ହୃଦାନନ୍ଦ ସାହୁ, ନିଯିଗଡ ସରପଞ୍ଚ ଶଶିଭୂଷଣ ଆଚାର୍ୟ୍ୟ, ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ବିଜେପି ନେତା ଲିଙ୍ଗରାଜ ଦାସ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *