ନିଶ୍ଚିନ୍ତକୋଇଲି,୨୦/୦୬/୨୦୨୬(ଓଡିଶା ସମାଚାର / ଅଭୟ ଜେନା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ର ବିଶିଷ୍ଟ ଲଉଡ଼ି ଗାୟକ ନଟବର ଦାସ (୭୪ )ଙ୍କ ର ଶୁକ୍ରବାର ହୃଦ ଘାତ ଯୋଗୁଁ ପରଲୋକ ଘଟିଛି । ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର ଏକନିଷ୍ଠ ଭକ୍ତ, ଯାଦବ ମହାସଂଘ ର ବରିଷ୍ଠ ସଦସ୍ୟ ତଥା ଲଉଡ଼ି ଉତ୍ସବ ର ଅନ୍ୟତମ ଉଦ୍ୟୋକ୍ତା ରହିଥିଲେ ।
ତାଙ୍କର ଜ୍ୟେଷ୍ଠ ପୁତ୍ର ସାମ୍ବାଦିକ ଗୋବିନ୍ଦ ଦାସ (ଗଦା ), କନିଷ୍ଠ ପୁତ୍ର ପ୍ରସନ୍ନ ଦାସ ଙ୍କ ସମେତ ଆତ୍ମୀୟ ସ୍ୱଜନ ପ୍ରମୁଖ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ନଟବର ଦାସ ଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସ୍ଥାନୀୟ ଜନସାଧାରଣ, ଯାଦବ ସଙ୍ଘର ସଦସ୍ୟଗଣ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଚିତ୍ରୋତ୍ପଳା ନଦୀ ତଟ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଗୋବିନ୍ଦ ମୁଖାଗ୍ନି ଦେଇଥିଲେ ।
