କଟକ ସଦର , ୨୦/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଶନିବାର ଦିନ କଟକ ସଦର ବ୍ଲକ ସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମିତି ଉପାଧ୍ୟକ୍ଷା ଅମ୍ବିକା ପାତ୍ରଙ୍କ ପୈ।ରୋହିତ୍ୟ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଵିଡିଓ ପ୍ରତୀକ ସାହୁ, ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭାଶିଷ ଶତପଥୀ, ବ୍ଲକ ଜନମଙ୍ଗଳ ଅଧିକାରିଣୀ (ଵି ଡଵ୍ଲ୍ୟୁ ଓ) ସସ୍ମିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ଦୁଇବର୍ଷ ରେ ହୋଇଥିବା ବିକାଶର ଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର/ଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନାରେ ବ୍ଲକ ସମ୍ବଳ ସଂଯୋଜକ (ବି ଆର ସି) ତେଜେସ୍କର ସିଂହଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ।
“ବିକାଶର ଧାରା ଓଡ଼ିଶା ସାରା”କଟକ ସଦର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
