ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।

ଭୁବନେଶ୍ୱର, ୧୦/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଏକ ଅଭିନବ ଯୋଜନା ଅଟେ ।ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଜନସାଧାରଣଙ୍କ ନିକଟତର ହୋଇ ସମସ୍ୟା ସମାଧାନର ସରଳୀକରଣ ବ୍ୟବସ୍ଥା ହେଉଛି ଯୁଗ୍ମ ଅଭିଯୋଗ ଶୁଣାଣି ଯ ଦ୍ଵାରା ସାଧାରଣ ନାଗରିକଙ୍କ ଏବଂ ପ୍ରଶାସନର ସମ୍ପର୍କ ବଜାୟ ରହିବାସହ ଲୋକଙ୍କ ସମସ୍ୟା ଜାଣିବା ଓ ସମସ୍ୟା ସମାଧାନ ହୋଇପାରିଥାଏ। ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା ବାଲିଅନ୍ତା ବ୍ଲକ ଗସ୍ତ କରି ବ୍ଲକକାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି  କରିଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂ,ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର,ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଡେପୁଟୀ କଲେକ୍ଟର, ଅଭିଯୋଗ ସୁଶ୍ରୀ ଶ୍ରୀତପା ମିଶ୍ର,ବି ଡି ଓ , ବାଲିଅନ୍ତା, ତହସିଲଦାର ବାଲିଅନ୍ତା , ଏ ସି ପି, ଜୋନ -୪, ଭୁବନେଶ୍ୱର, ଯୋଗ ଦେଇ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ସହଯୋଗ ପ୍ରଦାନ କରିଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅବକାରୀ ଅଧିକ୍ଷକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଓ ନିର୍ବାହୀ ଯନ୍ତ୍ରୀ ଜଳ ନିଷ୍କାସନ ଖଣ୍ଡ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଥିଲେ। ଆଜିର ଯୁଗ୍ମ ଅଭିଯୋଗ ଶୁଣାଣି କୁ ୯୧ ଗୋଟି ମୋଟ ଅଭିଯୋଗ ଆସିଥିଲା ବେଳେ ତନ୍ମଧ୍ୟରୁ ୮୩ ଗୋଟି ବ୍ୟକ୍ତିଗତ, ଗ୍ରାମୀଣ ସମସ୍ୟା ଜନିତ ୫ ଗୋଟି,  ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୧ ଗୋଟି ଦରଖାସ୍ତ ଆସିଥିବା ବେଳେ ଜିଲ୍ଲାପାଳ ଟ ୫,୦୦୦ଙ୍କା  ସହାୟତା ରାଶି ଅନୁମୋଦନ କରିଥିଲେ। ସେହିପରି ଜିଲ୍ଲାପାଳ ଶ୍ରୀ ରାଣା ୨ଗୋଟି ଅଭିଯୋଗ କୁ  ତତ୍କାଳ ସମାଧାନ କରିଥିଲେ।

Leave a Reply

Your email address will not be published. Required fields are marked *