କେନ୍ଦ୍ରାପଡାରେ ଶ୍ରୀ ଜଗନ୍ନାଥଙ୍କ ୩୬ ବେଶ କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦ୍ରାପଡ଼ା,୩୦/୦୩/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପବିତ୍ର ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୬ବେଶ କାର୍ଯୟକ୍ରମ ଉଦଯାପିତ ହୋଇଯାଇଛି । ଗରାପୁର ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆୟୋଜରେ ଏହି ଅଭିନବ ସୁନ୍ଦର ଭବ୍ୟ ମନୋରମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଜଗନ୍ନାଥଙ୍କ ଏହି ୩୬ବେଶକୁ ଦର୍ଶନ କରି କେନ୍ଦ୍ରାପଡାବାସୀ ଆନନ୍ଦିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ବଳଦେବସେନା, ଧର୍ମଜାଗରଣ ସେନା, ବଜରଙ୍ଗ ଦଳ, ପୌରସଂସ୍ଥା, ସ୍ଥାନୀୟ ବାସୀନ୍ଦା, କେନ୍ଦ୍ରାପଡା ସହରବାସୀ, ମନ୍ଦିର ସେବାୟତମାନଙ୍କ ସହଯୋଗରେ ରଥଦାଣ୍ଡରେ ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇ ସମାପନ ହୋଇପାରିଲା ବୋଲି ଆଶ୍ରମର ଅଧ୍ୟକ୍ଷା ଶ୍ରୀମା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ.ଆର. ଆୟର, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡାକ୍ତର ସ୍ନେହଲତା କାନୁନଗୋ, ପୌରାଧ୍ୟକ୍ଷା ସରିତା ସାହୁ, ଜିଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, କାଉନସିଲର କାଳିପ୍ରସାଦ ମିଶ୍ର, ପୂର୍ବତନ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, କେସିସି ସମ୍ପାଦକ ଅରବିନ୍ଦ ସାହୁ, ଦେବାଶିଷ ସାହୁ, ମନୋଜ ଦାସ, ପ୍ରଭାତ ପରିଡା, ଲଳିତ ସାହୁ, ଦିବାକର ସାହୁ, ନୃସିଂହ ତ୍ରିପାଠୀ, ବଳଦେବସେନାର ନିରଞ୍ଜନ ମେକାପ, ପୁପୁନ ସ୍ୱାଇଁ, ଧର୍ମଜାଗରଣ ସେନାର ମୁଖ୍ୟ ଶଶାଙ୍କଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ଅଭିଜିତ ବେହେରା, ବଜରଙ୍ଗ ଦଳର କର୍ମକର୍ତା, ବୈକୁଣ୍ଠ ପଣ୍ଡା, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଭିନ୍ନ ଦିବସରେ ଅତିଥି ଭାବେ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ବ୍ରହ୍ମପୁରର ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଅନୁଷ୍ଠାନର ସମ୍ପାଦକ ଭବାନୀଶଙ୍କର ପାଢିଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ପିଲାମାନେ ଆସି କେନ୍ଦ୍ରାପଡାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ କରିବା ସହିତ ଆଧ୍ୟାତ୍ମିକ ଭଜନରେ ଲୋକମାନଙ୍କୁ ବିମୋହିତ କରିଦେଇଥିଲେ । ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *