ଜନାର୍ଦ୍ଦନପୁର ଓ ଉତ୍ତରକୂଳ ରେ କଟକ ସଦର ବିଧାୟକ ବାଣ୍ଟିଲେ ଆୟୁଷ୍ମାନ କାର୍ଡ

 ନିଶ୍ଚିନ୍ତକୋଇଲି,୧୬/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂତନ ଏକକ କାର୍ଡ ବିତରଣ ଓ ଆୟୁସ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ଉତ୍ସବ  କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ର ଜନାର୍ଦ୍ଦନପୁର ଶନିଶ୍ଚରମନ୍ଦିର ପ୍ରାଙ୍ଗଣ ଓ ଉତ୍ତରକୂଳ ହାଇସ୍କୁଲ ପ୍ରାଙ୍ଗଣରେ   ଅନୁଷ୍ଠିତ ହୋଇଯାଇଛି ।

ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ  ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଧାୟକ  ହିତାଧିକାରୀ ମାନଙ୍କୁ ଏହି ନୂତନ କାର୍ଡ ବିଷୟରେ ସୂଚନା ଦେବା ସହ ନୂତନ କାର୍ଡ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ ।

ବିଧାୟକ ଶ୍ରୀ ସେଠୀ  ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ବିଭାଗୀୟ ଡାକ୍ତର କର୍ମଚାରୀ, ସ୍ଥାନୀୟ ଲୋକ ପ୍ରତିନିଧି  ଓ ଜନସାଧାରଣ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *