ବିଲେଇଶୁଣି ମକର ମେଳା ଉଦଘାଟିତ

ଗରଦପୁର, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମିଳନ ସ୍ଥଳ ଗରଦପୁର ବ୍ଲକ୍ ପାଇକା ନଦୀ ପଠା ପଳସୁଧା ଠାରେ ଐତିହାସିକ ୬୧ତମ ବିଲେଇଶୁଣି ମକର ମେଳା ଉଦଘାଟିତ ହୋଇ ଯାଇଛି । ରୀତି ନୀତି ଅନୁଯାୟୀ ନଦୀରୁ କଳସ ଜଳ ଆସି ମଣ୍ଡପରେ ପତାକା ଲାଗି ହେବା ପରେ ନିକଟରେ ଥିବା ବିଲେଇଶୁଣି ଓ ମକର ମଣ୍ଡପ ଠାକୁରାଣୀ ନିକଟରେ ଥିବା ବଜ୍ର ମହାକାଳୀ ଠାକୁରାଣୀ ନିକଟରେ ଯଜ୍ଞ ଉପଲକ୍ଷେ ଅଙ୍କୁରା ରୋପଣ କରାଯାଇଥିଲା । ତେବେ ଏହି ମକର ମେଳା ୭ ଦିନ ଧରି ଚାଲିବ । ପ୍ରତ୍ୟେକ ଦିନ ଓ ରାତି୍ର ଅହରହ ଅପେରା ପରିବେଷଣ ହେବ । ଏହି ମେଳା ଆରମ୍ଭ ନେଇ ବ୍ୟବସାୟୀମାନେ ନିଜର ପସରା ମେଲାଇ ଥିବାବେଳେ ରାଜ୍ୟର ବିଭିନ୍ନ ଜିଲାରୁ ଜନସାଧାରଣ ଆସିବା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜଗତସିଂହପୁର ଜିଲାର କନିମୂଳ ସମେତ କେନ୍ଦ୍ରାପଡ଼ା ଜିଲାର ତେଣ୍ଡାକୁଡ଼ା, ପଳସୁଧା, ବନ୍ତଳା, ତଳକୁସୁମା ପଂଚାୟତର ୬୧ ଗ୍ରାମର ଅଧିବାସୀମାନେ ସହଯୋଗ କରୁଥିବାବେଳେ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦର ସଭାପତି ବସନ୍ତ କୁମାର ସାହୁ , ପୂର୍ବତନ ସରପଂଚ ଅନୁଜ ମହାନ୍ତି, ସାମାଜିକ କର୍ମୀ ପ୍ରଫୁଲ ସିଂ , ରବିନ୍ଦ୍ର ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *