ଭୁବନେଶ୍ୱର,୧୫ /୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ କୁମାରୀ ଚାମେଲି ଓଝାଙ୍କ ଘଟଣା ସମଗ୍ର ରାଜ୍ୟରେ ବେଶ୍ ଚର୍ଚ୍ଚିତ । ଏହି ଘଟଣା ଆଉ କେନ୍ଦ୍ରାପଡ଼ା ଜିଲାରେ ନାହିଁ । ଏବେ ସମଗ୍ର ରାଜ୍ୟକୁ ବ୍ୟାପି ଗଲାଣି । ମହାକାଳପଡ଼ା ବ୍ଲକ୍ ବିଡ଼ିଓ ,ବଂ ମହାକାଳପଡ଼ା ଥାନା ଅଧିକାରୀଙ୍କ କାର୍ୟ୍ୟ ଉପରେ ସାରା ରାଜ୍ୟରେ ଲୋକେ ଅଙ୍ଗୁଳି ନିର୍ଦ୍ଧେଶ କଲେଣି । ବିଡ଼ିଓ ଏବଂ ଥାନା ଅଧିକାରୀଙ୍କ କାର୍ୟ୍ୟ ଦଡକ୍ଷତା ଉପରେ ପ୍ରଶ୍ନ ଉଠିଲାଣି । ଏକ ଛୋଟିଆ କଥାକୁ ନେଇ ମହାକାଳପଡ଼ା ବିଡ଼ିଓ ଏବଂ ଥାନା ଅଧିକାରୀ ଘଟଣାକୁ ସମାଧାନ ନକରି ସରକାରଙ୍କୁ ବଦନାମ କରିବା ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବର୍ତମାନ ସାରା ରାଜ୍ୟରେ ସରକାରଙ୍କୁ ଲୋକେ ସମାଲୋଚନା କଲେଣି ।
ଏହି ଘଟଣାକୁ ନେଇ ଆଜି ବିଶିଷ୍ଟ ଗାନ୍ଧୀବାଦି ନେତ୍ରୀ କୃଷ୍ଣା ମହାନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖି ଚାମେଲି ବିରୋଧରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ହୃଦୟଙ୍ଗମ କରିଥିବା ଲେଖିଛନ୍ତି । ତୁରନ୍ତ ଚାମେଲି ଘଟଣାରେ ହସ୍ତକ୍ଷେପ କରି (୧) ସ୍ଥାନୀୟ ମହାକାଳପଡ଼ାବିଡ଼ିଓ, ଥାନା ଅଧିକାରୀଙ୍କୁ ସେହି ସ୍ଥାନରୁ ହଟାଇ ନିଅନ୍ତୁ । (୨) ଚାମେଲି ମାଡ଼ ଅଭିଯୋଗ କରିଥିବା ଅନ୍ୟ ପୋଲିସ କର୍ମଚାରୀ ଯେଉଁମାନେ ଏବେବି ତାହାକୁ ଜଗି ରହିଛନ୍ତି, ସେମାନଙ୍କୁ ସେଠାରୁ ଅନ୍ତର କରାଯାଉ । (୩) ବିଡ଼ିଓଙ୍କ କାର୍ୟ୍ୟାଳୟ ଓ ଥାନା ପରିସରର ସିସିଟିଭିରେକର୍ଡିଙ୍ଗ ସମ୍ପୂର୍ଣ୍ଣ ରୂପେ ତନଖି କରି ସତ୍ୟାସତ୍ୟ ଓଡ଼ିଶାବାସୀଙ୍କୁ ଅବଗତ କରାଯାଉ । (୪) ଯଦି ଏସପିଛେଡ଼ଛାଡ଼ ଭିଡିଓ ଗଣମାଧ୍ୟମରେ ଦେଖାଇଥାନ୍ତି, ତେବେ ତାଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । (୫) ସ୍ଥାନୀୟ ବିଧାୟକଙ୍କୁ ଆପଣ ଡକାଇ ତାଙ୍କଠାରୁ ଜବାବ ମାଗନ୍ତୁ । (୬) ସେ ଝିଅର ମୋବାଇଲ ଫୋନ ଜବତ କରି ତାହାକୁ ମଧ୍ୟ ପ୍ରମାଣ ହିସାବରେ ଗ୍ରହଣ କରାଯାଉ । (୭) ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଯେଉଁମାନେ ଦୋଷୀ ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବା ଜରୁରୀ ବୋଲି ଲେଖିଛନ୍ତି ।

