ଘଟଗାଁ, ୧୫/୦୨/୨୦୨୬ (ଓଡ଼ିଶା ସମାଚାର)- ଘଟଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝରର ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନେ ବ୍ରାଉନ ସୁଗାର ଧରି ଏକ କାର ନମ୍ବର ଓଡ଼ି ୧୫ ଏ ୮୮୮୦ ଯୋଗେ କେନ୍ଦୁଝରରୁ ଭଦ୍ରକକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଟଗାଁ ପୋଲିସ କଟରାବେଡା ପେଟ୍ରୋଲ ପମ୍ପ ନିକଟରୁ ଏହି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ହୋଇଥିବା କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ବଡଦାଣ୍ଡର ରାକେଶ କୁମାର ସାହୁ (୨୯) ଙ୍କ ଠାରୁ ୨୫ ଗ୍ରାମ , କେନ୍ଦୁଝର ଟାଉନ ଥାନା ବଣିଆପାଟର ଅବନୀ କୁମାର ସାହୁ (୪୩) ଙ୍କ ଠାରୁ ୩୦ ଗ୍ରାମ ଜବତ ହୋଇଥିବା ବେଳେ କେନ୍ଦୁଝର ଟାଉନ ଥାନା ଜଗନ୍ନାଥପୁରର ସଞ୍ଜୟ କୁମାର ଜେନା (୪୭) ଙ୍କ ଠାରୁ ୩୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି।
