ବିଶିଷ୍ଟ ଶିଶୁ ସାହିତ୍ୟିକ ନୃସିଂହ ମହାନ୍ତି ଙ୍କ ଶ୍ରାଦ୍ଧ ବାର୍ଷିକୀରେ କବିତା ପାଠୋତ୍ସବ

କଟକ ସଦର, ୧୨/୦୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍) ଓ ଶିଶୁ ସାହିତ୍ୟିକ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଆଜି ସୋମବାର ଦିନ ତତଲାପଦା ପାଇକାଣ ସ୍ଥିତ ଵୁଢିଜାଗୁଳାଇ ମନ୍ଦିର ପରିସରରେ ନୃସିଂହ ପ୍ରସାଦ ମହାନ୍ତି ଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଏଵଂ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି।

ଏହି ଅବସରରେ କବିତା ପାଠୋତ୍ସବ, ସାହିତ୍ୟ ସଭା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବାବାଜୀ ଚରଣ ବେହେରା ଙ୍କ ପୈ।ରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନିକୁଞ୍ଜ ବିହାରୀ ଭଞ୍ଜ, ଜଷ୍ଟିସ ମନୋରଞ୍ଜନ ମହାନ୍ତି,ଅରୁଣ କୁମାର ଦାସ, ଲିଙ୍ଗରାଜ ମଲ୍ଲ,ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା,କମ୍ରେଡ ତ୍ରୈଲୋକ୍ୟ ନାଥ ଜେନା ପ୍ରମୁଖ ଙ୍କ ସମେତ ବହୁ କବି/ କବୟତ୍ରୀ ଯୋଗଦେଇ ଥିଲେ। ପରିଚାଳନାରେ ଆଵାହକ ନିରୁପମା ରାଉତ, ନାରାୟଣ ଭୋଳ,ସନାତନ ଦାସ, ସଂପାଦକ ବିଜୟ କୁମାର ଦଳାଇ ପ୍ରମୁଖ ସହାୟତା କରିଥିଲେ।

 

Leave a Reply

Your email address will not be published. Required fields are marked *