ଭୁବନ ବ୍ଲକ ପ୍ରଶାସନ ପକ୍ଷରୁ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ 

ସୁଭଦ୍ରା , କନ୍ୟା ବିବାହ ଯୋଜନା ଦୁଇ ବର୍ଷର ଉପଲବ୍ଧି : ବିଧାୟକ ଶତ୍ରୁଘ୍ନ ଜେନା

ଭୁବନ ୧୭/୦୬/୨୦୨୬ (ଓଡ଼ିଶା ସମାଚାର)- ଭୁବନ ପଞ୍ଚାୟତ ସମିତି ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ପାଳନ କରାଯାଇଛି । ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଦୁଇ ବର୍ଷରେ ସୁଭଦ୍ରା ଯୋଜନା ଓ ମୁଖ୍ଯମନ୍ତ୍ରୀ କନ୍ୟା ବିବାହ ଯୋଜନା ସରକାରଙ୍କର ସବୁଠାରୁ ବଡ଼ ଉପଲବ୍ଧି ଓ ସର୍ବାଧିକ ଲୋକପ୍ରିୟ ଯୋଜନା । ଭୁବନ ବ୍ଲକ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ଦେବା ସହ କେନ୍ଦ୍ର ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗ ଜରିଆରେ ସାରା ରାଜ୍ୟରେ ୫୦୦ ଟି କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୧୦ ଟି ପୋଖରୀର ପୁନରୁଦ୍ଧାର କରାଯାଇଛି ।

୨୫୬ ଟି ମାର୍କେଟ କମ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ୩୮୫ ଟି ଗ୍ରାମୀଣ ହାଟ ର ବିକାଶ କରାଯାଇଛି । ବ୍ୟାଙ୍କ ସେବା ନଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ବ୍ୟାଙ୍କିଙ୍ଗ ସୁବିଧା ଅଧୀନରେ ୧୦୬୮ ଟି ବ୍ୟାଙ୍କ ଶାଖା ଖୋଲାଯାଇଛି ଏବଂ ସମୁଦାୟ ୧୯୦୪ ଟି ବନ ସୁରକ୍ଷା ସମିତି ଗଠନ କରାଯାଇଛି । ଏହାବାଦ୍ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ,ସ୍ୱାସ୍ଥ୍ୟ ଭିତ୍ତିଭୂମି ର ଉନ୍ନତି,ଜଳ ସଂରକ୍ଷଣ ଓ ଜଳ ସମ୍ପଦ ପରିଚାଳନା ,ଗ୍ରାମୀଣ ଭିତ୍ତିଭୂମିର ବିକାଶ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି । ବିକାଶର ଧାରା,ଓଡ଼ିଶା ସାରା ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା ଯୋଗଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା,ସେବା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୫୦ ଜଣଙ୍କୁ ରାସନ କାର୍ଡ,୨୮ ଭିନ୍ନକ୍ଷମ ଓ ବିଧବା ମହିଳା ଙ୍କୁ ଭତ୍ତା ପ୍ରଦାନ ଏବଂ ୩୪ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ ଓ ବ୍ଲକ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *