ମା’ ଭୈରବୀ କଲ୍ୟାଣ ମଣ୍ଡପ ରେ ରଜ ମହୋତ୍ସବ ଅନୁଷ୍ଠିତ

ବାଲିଗୁଡା,୧୩/୦୬/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ କନ୍ଧମାଳ ଜିଲ୍ଲା ତେଙ୍ଗେଡାପଥର ର  ମା ‘ବନଦେବୀ କଳା ସାଂସ୍କୃତିକ ଦଳର ମିଳିତ ଅନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସ୍ଥିତ ମା’ ଭୈରବୀ କଲ୍ୟାଣ ମଣ୍ଡପ ପରିସରରେ ଆବାହକ ଶ୍ରୀମତୀ ଅପସରି ଦିଗାଲଙ୍କ ନେତୃତ୍ୱରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର ଯୋଗଦେଇ ରଜ ଆମ ପରମ୍ପରା ଓ ଐତିହ୍ୟ ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ  ।

ସେହିପରି ଅନ୍ୟ ମଞ୍ଚାସିନ ଅତିଥି ହେଲେ ବିଜେପି ରାଜ୍ୟ ଉପସଭାପତି  ରାମବିଶ ଦିଗାଲ, ଜିଲ୍ଲା ସାଂସ୍କୃତିକ ମଞ୍ଚ ସଭାପତି ଅକ୍ଷୟ କର୍ଣ୍ଣ, ଜାଗରଣ ମଞ୍ଚ ସଭାପତି ପରେଶ ପାତ୍ର,ସମାଜସେବୀ ପାତ୍ର ଦିଗାଲ, ସାଇରାମ ବେହେରା, ଅନନ୍ତ ନାୟକ, ଶ୍ରୀମତୀ ପୂର୍ଣ୍ଣିମା  ଦିଗାଲ, ଶ୍ରୀମତୀ ସୁନନ୍ଦା କହଁର, ଜିତା ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁଧୀର କୁମାର ସାହୁ ପରିଚାଳନା କରିଥିବା ବେଳେ ସଭାନେତ୍ରୀ ବେବି କହଁର, ସମ୍ପାଦକ ବିନୋଦିନୀ ଦିଗାଲ ଏବଂ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ରଜ ମହୋତ୍ସବ କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକ ଅଞ୍ଚଳରୁ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ ପୁରୁଷ ଓ  ମହିଳା କଳାକାର ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ କଳା ପ୍ରଦର୍ଶନ କାରୀଙ୍କୁ ଅତିଥି ଙ୍କ ଦ୍ୱାରା ମାନ ପତ୍ର ଏବଂ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା ।ଶେଷରେ ଉପସ୍ଥିତ ସମସ୍ତ ଅତିଥି, କଳାକାର ଓ ଜନସାଧାରଣ ମାନେ ରଜ ମଉଜ କରି ପିଠା ପଣା ଏବଂ ରଜ ପାନ ଖୁଆଇ, ଧୂଳି ଖେଳି ଉତ୍ସବ ମନାଇ  ଥିଲେ ।

Leave a Reply

Your email address will not be published. Required fields are marked *