ଯାଜପୁର, ୧୭/୦୫/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ନିମନ୍ତେ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିଶ୍ରାମ ମୀନା, ଡଃ ଶ୍ରୀମତୀ କରୁଣା କୁମାରୀ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଏ.ଭି.ଟି. ଭାରଥି ଧଶନ, ଶ୍ରୀ ଅମିତ ପ୍ରତାପ ସିଂ, ଶ୍ରୀ ଅଭିଷେକ କୁମାର, ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ରିଟର୍ଣ୍ଣିଂ ଅପିଂସର ଓ ସହକାରୀ ରିଟର୍ଣ୍ଣିଂ ଅପିଂସର ମାନଙ୍କ ସହ ନିର୍ବାଚନ ଆଦର୍ଶ ଆଚରଣବିଧି ଅନୁଯାୟୀ ଯାଜପୁର ଜିଲାରେ ଶାନ୍ତି ଶୃଙ୍ଖଳାର ସହ ସପଂଳ ଭାବେ ନିର୍ବାଚନ ସମାପନ କରିବାକୁ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦେଇଥିଲେ ।
ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ମଇଁ ୧୮, ୨୨ ଓ ୨୫ ତାରିଖରେ ଇଭିଏମ୍ ରାଣ୍ଡୋମାଇଜେସନ, ୨୫ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ହୋମ୍ ଭୋଟିଂ, ବିଏଲଓ ମାନେ ପୋଲିଂ ଏଜେଣ୍ଟ ମାନଙ୍କ ନାମ ଯଥାଶିଘ୍ର ପ୍ରେରଣ କରିବା, ମାଦକ ଦ୍ରବ୍ୟ, କ୍ୟାସ୍, ଡ୍ରଗ୍ସ୍ ନିଷିଦ୍ଧ ଦିଗରେ, ସରକାରଙ୍କ ଅନୁବନ୍ଧିତ ଖବର କାଗଜରେ କିମ୍ୱା ସାମାଜିକ ଗଣମାଧ୍ୟମ, ବୈଦୁତିକ ଗଣମାଧ୍ୟମରେ ପ୍ରଚାର ପାଇଁ ଗଣମାଧ୍ୟମ କମିଟିରୁ ଅନୁମତି ନେବା ଉପରେ ଗୁରୁତ୍ୱରୋପ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିଶ୍ରାମ ମୀନା ମତଦାନ ପରେ ଇଭିଏମ୍ ମେସିନ ଯେଉଁଠି ରହିବ ସେ ସ୍ଥାନରେ ରାଜନୈତିକ ଦଳ କିମ୍ୱା ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ସେମାନଙ୍କର ଏଜେଣ୍ଟ ପହରା ଦେବାକୁ ଚାହିଁଲେ ଅନୁମତି ଦିଆଯିବ ବୋଲି ଉଲ୍ଳେଖ କରିିଥିଲେ । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନେ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ତାଲିକା ସଠିକ ଭାବେ ଲିପିବଦ୍ଧ କରିବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଶ୍ରୀ ଲେଙ୍କଶ୍ୱର ଅମାତ, ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲାପାଳ ଶ୍ରୀମତୀ ମନୋରମା ଜାଲି ଯଥାକ୍ରମେ ଆଇନ ଶୃଙ୍ଖଳା ମାନିବା ଓ ରକ୍ଷା କରିବା, ପୋଲିସ କହାୟତା ପାଇଁ ମୋବାଇଲ ନଂ- ୯୪୩୮୯୧୬୪୫୬ କୁ ଯୋଗାଯୋଗ କରିବା, ନିର୍ବାଚନ ଖର୍ଚ୍ଚ ନିମିତ ନୂଆ ବ୍ୟାଙ୍କ ଖାତା ବ୍ୟବହାର କରିବା ଏବଂ ଅନ୍ଲାଇନ୍ ମାଧ୍ୟମରେ ଖର୍ଚ୍ଚ ପୈଠ କରିବା, ଆଦର୍ଶ ଆଚରଣବିଧି ପାଳନ କରିବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାରେ ପ୍ରଶାସନକୁ ରାଜନୈତିକ ଦଳ, ପ୍ରାର୍ଥୀ ଓ କର୍ମୀମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।