ଓଡ଼ିଆପେଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର ୨୬/୦୨/୨୪(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ଦଳୀୟ ନେତା ଘର ଘର ବୁଲୁଛନ୍ତି। ଗତ ନିର୍ବାଚନରେ ବିଜେଡି ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର କରିଥିଲେ ମଧ୍ୟ ଆଜିଯାଏଁ ବ୍ଲକରେ ଥିବା କୌଣସି ପଞ୍ଚାୟତରେ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚି ନଥିବା ବେଳେ ଦୁର୍ଗମ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଜିବି ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଭିତର ଗଡ ପଞ୍ଚାୟତର ଜାନୀଗୁଡା ଗ୍ରାମରେ ପାନୀୟ ଜଳ ସମସ୍ୟା, କଙ୍କଡାପୁଟ ଓ ପୁଟସିଲକୁ ରାସ୍ତା,ପିପଳ ପଦର ପଞ୍ଚାୟତରେ ଚାଷ ଜମି ପାଇଁ ପାଣି,ବାଘମାରି ଗ୍ରାମକୁ ଗମନା ଗମନ ଓ ବିଷମ ପୁର ଗ୍ରାମରେ ପାନୀୟ ଜଳର  ସମସ୍ୟା,ବୁର୍ଜା ପଞ୍ଚାୟତର କୁତୁକା ଝୋଲା ଗ୍ରାମକୁ ରାସ୍ତା,ଓଡ଼ିଆପେଣ୍ଠାର ଲୁଦ୍ରିପୁଟ ଗ୍ରାମରେ ପାନୀୟଜଳର ସମସ୍ୟା ଭଳି ଅନେକ କାମ ଏବେବି ଅଟକି ରହିଛି। ଯାହାକି ଆଗାମୀ ଦିନରେ ଦଳ ପାଇଁ ସମସ୍ୟା ସୃଷ୍ଟି କରିବା ପୂର୍ବରୁ ରାଜ୍ୟ ସାଧାରଣ ସମ୍ପାଦକ ଯଥା ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା ଲୋକଙ୍କ ନିକଟତର ହୋଇ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଲୋକାଭିମୁଖୀ ଯୋଜନା ବିଷୟରେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇ ଚାଲି ଛନ୍ତି। ଏନେଇ ଗତ ଦୁଇ ଦିନ ତଳେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତରେ  ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ ଅନୁଷ୍ଠିତ କରି ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା ଙ୍କ ନେତୃତ୍ଵ ରେ  ଆୟୋଜିତ କାର୍ୟ୍ୟକ୍ରମରେ ବିଜେଡ଼ି ସଭା ନେତ୍ରୀ କୌଶଲ୍ୟା ହିକକା,ବିଜେଡ଼ି ଯୁବ ସଭାପତି ଚିଣ୍ଟୁ ଖରା ପଞ୍ଚାୟତ ସଭାପତି ସାରଥି ଜାନୀ ପ୍ରଭୁତି ଉପସ୍ଥିତ ରହି ଲଛମଣି ଗ୍ରାମରେ ଥିବା ପ୍ରତ୍ୟେକ  ଘର ବୁଲି ବୁଲି ଦଳୀୟ ନେତା ମାନେ ନବୀନ ସରକାରଙ୍କ ପ୍ରଚଳିତ ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟ ବିଷୟରେ ବୁଝାଇ ଥିଲେ।ଏଥି ସହ ଦୁଇଶହ ଜଣ ବୁଢ଼ା ବୁଢ଼ୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଆଜିବି ଏଇ କ୍ଷେତ୍ରରେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମ ପଞ୍ଚାୟତ ଠାରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନିର୍ବାଚନ ମଣ୍ଡଳୀ ଅବଜର୍ଭର ସୁନିଲ ମହାନ୍ତି, ବ୍ଲକ୍ ସଭାପତି ପ୍ରସାଦ ଖରା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁ ଓ ବିଜେଡ଼ି ସଭା ନେତ୍ରୀ କୌଶଲ୍ୟା ହିକକା ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମ ବିଜେଡ଼ି ଦଳକୁ କେତେ ସଫଳତା ଦେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *