ଜଗତସିଂହପୁର, ୧୮/୦୮/୨୦୨୬ (ଓଡ଼ିଶା ସମାଚାର)- ପାରାଦ୍ବୀପ ଥାନା ଅନ୍ତର୍ଗତ ବିଶ୍ବାଳି ଗ୍ରାମର ରେ ଚଢଉ କରି ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ପାରାଦୀପ ଅବକାରୀ ଥାନା।
ଯାଞ୍ଚ ପରେ ତାଙ୍କ ପାଖରୁ ୨୫ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ବିଶ୍ବାଳି ଗ୍ରାମର ସର୍ବେଶ୍ବର ଜେନା ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ପାରାଦୀପ ଅବକାରୀ ଥାନାକୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପରେ ପାରାଦୀପ ଅବକାରୀ ଥାନାର ଉପ ନିରିକ୍ଷକ ଧର୍ମପଦ ଦାସଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା। ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଶ୍ବାଳି ଗ୍ରାମର ଧନେଶ୍ଵର ଜେନାଙ୍କ ପୁଅ ସର୍ବେଶ୍ଵର ଜେନା।
ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୨,୫୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ଥିବାର ସନ୍ଦେହ ରେ ଅବକରୀ ବିଭାଗ ତରଫରୁ ଖୋଳତାଡ ଆରମ୍ଭ କରିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ୟ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ ବିଭାଗ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
