କିଶନନଗର ଠାରେ ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଟକ ସଦର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା କ୍ରିଡ଼ା ସଂସଦ ପକ୍ଷରୁ କିଶନନଗର ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ବୁଧବାର ଦିନ କିଶନନଗର ଖେଳ ପଡ଼ିଆ ଠାରେ ଵଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୩ ଉଦଘାଟିତ ହୋଇଛି।ଏହାକୁ ପୂର୍ବତନ କ୍ରିଡ଼ା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଓ ସିଡିଏଏ ର ସାଧାରଣ ସଂପାଦକ ଆଶିର୍ବାଦ ବେହେରା ଉଦଘାଟନ କରିଥିବା ବେଳେ ଉଦଘାଟନୀ ମ୍ୟାଚରେ ଵାରଦା ଟିମ୍ ଚୈ।ଦ୍ୱ।ର ଟିମକୁ ୧/୦ ରେ ହରାଇ ଆଗାମୀ ପ୍ରତିଦ୍ୱନ୍ଦିତା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଦିନ ଫାଇନାଲ ମ୍ୟାଚ୍ ଖେଳି ଉଦଯାପିତ ହେଵ ଵୋଲି ‘ଆସଗା’ର ସଭାପତି କାଙ୍ଗାଳି ଚରଣ ବେହେରା ଓ ସଂପାଦକ ପ୍ରଶାନ୍ତ ଦାସଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *