କଟକ ସଦର,୦୯/୦୬/୨୬ (ଓଡିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ରାମକୁମାରପୁର ଠାରେ ଥିବା ଜୀବନ ଜ୍ୟୋତି ହସ୍ପିଟାଲରେ ଆଜି ମଙ୍ଗଳବାର ସଂଧ୍ୟାରେ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି।

ଗ୍ରାମାଞ୍ଚଳରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ହେବ ନିରବଚ୍ଛିନ୍ନ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେଇ ଆସୁଥିବା ଉକ୍ତ ହସ୍ପିଟାଲ ରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଉପଲବ୍ଧ ହେବା ଦ୍ୱାରା ବିଶେଷ କରି ପ୍ରସୁତୀ ମାନଙ୍କ କ୍ଷେତ୍ରରେ ଅସୁବିଧା ଦୂରୀଭୂତ ହେବ ବୋଲି ଜଣାପଡିଛି। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ହସ୍ପିଟାଲର ନିର୍ଦେଶିକା ଜୟନ୍ତୀ ନାୟକ ଓ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।
