ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାଇଡ୍ରୋସଲି ଅସ୍ତ୍ରୋପଚାର ଓ ସ୍ବାସ୍ଥ୍ୟ ଶିବିର

ଭୁବନ, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ହାଇଡ୍ରୋସଲି ରୋଗୀ ମାନଙ୍କ ପାଇଁ ଅସ୍ତ୍ରୋପଚାର ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସଂକଳ୍ପ କେଶରୀ ଭୋଳ,ଆନେସ୍ଥେସିଆ ବିଶେଷଜ୍ଞ ଡ଼ଃ ଆପୋଲ ଦାସ ଏବଂ ଅତିରିକ୍ତ ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡ଼ା ହିମାଂଶୁ ଶେଖର ହେମ୍ବ୍ରମ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଜଣ ହାଇଡ୍ରୋସଲି ରୋଗୀ ଙ୍କ ର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ଶିବିର ରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ,ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ୟ୍ୟ ,ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଅମିତ କୁମାର ସାମଲ,ନର୍ସିଂ ଅଫିସର ଶ୍ରୀମତୀ ଗାୟତ୍ରୀ ସାହୁ, ଫାର୍ମାସିଷ୍ଟ ବିଭୂତି ଭୂଷଣ ଖଟୁଆ,ଜିଲ୍ଲା ଅଧିକାରୀ ପି ସି ଆଇ ସୌମ୍ୟ ରଞ୍ଜନ ବାରିକ,ୱାର୍ଡ ଆଟେନାଟ ପୂର୍ଣ୍ଣ ଚନ୍ଦ୍ର ରାଉତ,ଶରତ ପ୍ରଧାନ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *