ଖୋର୍ଦ୍ଧା, ୨/୧୨/୨୩(ଓଡିଶା ସମାଚାର (ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମ ମନ୍ଦିର ମାରୁତି ମଣ୍ଡପ ଠାରେ ପ୍ରଶାନ୍ତ ପ୍ରଧାନ ଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ ଓ ହନୁମାନ ଚାଳିଶା ପାଠ କରାଯାଇଛି। ସୂଚନାଯୋଗ୍ୟ କି ପ୍ରଶାନ୍ତ ପ୍ରଧାନ(ରାବଣା) ଯିଏ କି ଗତମାସ ୧୪ ତାରିଖ ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଓଭରବ୍ରିଜ ଉପରେ ଏକ ଟ୍ରକ ସହ ଦୁର୍ଘଟଣାର ଶିକାର ହୋଇ ଅତ୍ୟନ୍ତ ଗରୁତର ଅବସ୍ଥା ରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ କୁ ପଠାଯାଇଥିଲା। ସେ ଜଣେ ମେଳାପି ପରୋପକାରୀ ବ୍ୟକ୍ତି ସହ ନିରାକାରପୁର ସଖାସଂଘ କ୍ରୀଡା ସଂସଦର ସକ୍ରୀୟ ସଦସ୍ୟ ଥିଲେ। ୧୮ ଦିନ ହେଲା ସେ ଭୁବନେଶ୍ୱର ର ଏକ ଘରୋଇ ଆମ୍ରି ହସପିଟାଲରେ ଚିକିତ୍ସିତ। ପ୍ରଶାନ୍ତ ଙ୍କ ଆଶୁ ଆରୋଗ୍ୟ ପାଇଁ ସଖାସଂଘ କ୍ରୀଡା ସଂସଦ ସଭାପତି ବିପିନ ଜୟସିଂହଙ୍କ ସମେତ କର୍ମକର୍ତ୍ତାଗଣ, ଯୁବ ନେତା ଶୁଭମ ଦାଶଙ୍କ ସମେତ ରାମଦୟାପରିଷଦ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତାଗଣ ତଥା ଅଂଚଳର ବହୁ ଯୁବକ ଛାତ୍ର ଦୀପଦାନ ରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ।
ଆଶୁ ଆରୋଗ୍ୟ କାମନା ପାଇଁ ସମୁହ ହନୁମାନ ଚାଳିଶା ପାଠ ଓ ଦୀପଦାନ
