ଆଦିଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନ ଉଦଘାଟିତ

କଟକ ସଦର, ୦୮/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତ ଖେଣ୍ଟାଳ ଠାରେ ଆଜି ସୋମବାର ଅପରାହ୍ନରେ ମହିଳା ମାନଙ୍କ ସ୍ୱ।ଵଲମ୍ଵୀ ପାଇଁ ଓରମାସ୍ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଵିଭାଗ ଆନୁକୁଲ୍ୟରେ ନିର୍ମାଣ କରାଯାଇଥିବା ଆଦିଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନ ତଥା ଉତ୍ପାଦନ କେନ୍ଦ୍ର ଉଦଘାଟିତ ହୋଇଛି ।

ଆଦିଶକ୍ତି ଗ୍ରାମୀଣ ବୈଷୟିକ ଉଦ୍ୟାନ ତଥା ଉତ୍ପାଦନ କେନ୍ଦ୍ର  କୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ,ଓରମାସ ସିଓ ଚିତ୍ତରଞ୍ଜନ ପଟ୍ଟନାୟକ,ଵିଡିଓ ଦିଵ୍ୟେନ୍ଦୁ ଦାସ,ଆଇଟିସି ଅଧିକାରୀ ସଂଜୟ ପଟ୍ଟନାୟକ,କିଶନନଗର ଅତିରିକ୍ତ ତହସିଲଦାର ଜୈ।ତିରଞ୍ଜନ ବେହେରା ପ୍ରମୁଖ ବହୁ ଅଧିକାରୀ ଯୋଗଦେଇଥିଵା ବେଳେ ଆଦି ଶକ୍ତି ସଭାପତି ମାନସୀ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

 

Leave a Reply

Your email address will not be published. Required fields are marked *