ରାଜଧାନୀ ଭୁବନେଶ୍ୱର ର ୭୬ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,୧୩/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜଧାନୀ ଭୁବନେଶ୍ୱରର୭୬ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱରରେ ସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ  ଅନୁଷ୍ଠିତ ଏହି ଉତ୍ସବରେ ଆଜି ସକାଳେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡିଶା ବିଧାନସୌଧ  ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହିତ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଧାନୀ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିଥିଲେ  । ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର  ପାଟିଲ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ଅତିଥିମାନେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।

            ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ୧୯୪୮  ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ଏକ ଯୋଜନାବଦ୍ଧ ସହର ଭାବେ ପ୍ରତିଷ୍ଠିତ କରିବା  ପାଇଁ ଭୂମି ପ୍ରତିଷ୍ଠା କରାଯାଇଥିଲା ଏହା ମଧ୍ୟରେ ଭୁବନେଶ୍ୱର ଆଜି  ଦେଶର ଏକ ପ୍ରମୁଖ ସ୍ୱଚ୍ଛ, ସୁନ୍ଦର ସବୁଜ ସହର ଭାବେ ପରିଚୟ ଲାଭ କରିଛିସମୟାନ୍ତରରେ ଏହାର କାୟା ବିସ୍ତାର ଘଟିଛି  । ରାଜଧାନୀ ପ୍ରତିଷ୍ଠା ଦିବସକୁ ନୂଆ ଭୁବନେଶ୍ୱରର  ଜନ୍ମଦିନ ଭାବେ ଅଭିହିତ କରି ଭୁବନେଶ୍ୱର ବାସିନ୍ଦାମାନଙ୍କୁ ଏହାର ସ୍ୱଚ୍ଛତା, ସବୁଜିମା ସୁନ୍ଦରତା କିପରି ବଜାୟ ରହିବ, ସେ ଦିଗରେ ସମସ୍ତେ  ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  ପ୍ରକାଶ କରିଥିଲେ

            କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ପୋଲିସ କମିଶନର,ଭୁବନେଶ୍ୱର-କଟକ ଶ୍ରୀ ସଂଜୀବ ପଣ୍ଡା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା, ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂଙ୍କ ସମେତ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ  ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ପରେ ପରେ ଏହି  ଦିବସ ଉପଲକ୍ଷେ ଆଜି ସକାଳେ  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଜୟଦେବ ଭବନ ଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବଶ୍ରୀ ଜେନାଉଦଘାଟନ କରିଥିଲେ l ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପୁରାତନ ସ୍ମୃତିସମ୍ବଳିତ ଏବଂ ରାଜଧାନୀର ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜି ଆଦି ବହନ କରୁଥିବା ବହୁ ପୁରାତନ ଓ ନୂତନ ଫଟୋ ଚିତ୍ର ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା । ବିଭିନ୍ନ ଫଟୋଚିତ୍ର ମଧ୍ୟରେ ଆମ ରାଜଧାନୀ ପ୍ରତିଷ୍ଠାର ଆଦ୍ୟ ପର୍ବ, ଅତୀତର ଆଇନାରେ ରାଜଧାନୀ ଭୁବନେଶ୍ୱର, ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ସୌଧ, ଭୁବନେଶ୍ୱରର ସୁଦୃଶ୍ୟ କାରୁକାର୍ଯ୍ୟମୟ ବିଭିନ୍ନ ଐତିହ୍ୟସ୍ଥଳୀ, ରାଜଧାନୀର ପ୍ରମୁଖ ମେଳା ମହୋତ୍ସବ ଏବଂ ବିଭିନ୍ନ ପୁସ୍ତକରେ ଆମ ରାଜଧାନୀ ସଂପର୍କିତ ବିଭିନ୍ନ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା ।  ସୂଚନା ଓ ଲୋକ ସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

            ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସଂଧ୍ୟାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏଥିରେ ସମ୍ମାନିତ ଅତିଥି ଭାବେ  ଭୁବନେଶ୍ୱର ମହାନଗର ନିଗମ କମିଶନର, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ , ଜିଲ୍ଲାପାଳ , ଖୋର୍ଦ୍ଧା , ବିଏମସି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାମାନେ  ଉପସ୍ଥିତ ଥିଲେ । ଅତିଥିମାନଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ପରେ ମୁଖ୍ୟ ଅତିଥି ଶ୍ରୀ ସାହୁ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ “କେକ୍” କାଟି ଭୁବନେଶ୍ୱରର ଜନ୍ମଦିନ ପାଳନର ସ୍ମୃତି ଉଜ୍ଜୀବିତ  କରାଇଥିଲେ । ସ୍ୱନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶ୍ରୀ ପ୍ରେମ ଆନନ୍ଦ ଓ ଶ୍ରୀ ପ୍ରଶାନ୍ତ ପାଢୀଙ୍କ ନିର୍ଦ୍ଦେଶନାରେ ଦୀପ୍ତିରେଖା ପାଢୀ, ବିଷ୍ଣୁମୋହନ କବି, ସ୍ୱସ୍ତିକ ପାଢୀ ଏବଂ ଇପସିତା ପଣ୍ଡାଙ୍କ ଦ୍ୱାରା ଭଜନ ଓ ସୁଗମ ସଂଗୀତ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ଶଙ୍କର ବେହେରାଓ ତାଙ୍କ ସାଥୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।ଜୟଦେବ ଭବନ ପ୍ରେକ୍ଷାଳୟରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଏହି  ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । 

ଏହି  ଦିବସ ଉପଲକ୍ଷେ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳ ସମେତ ରାଜଧାନୀର ସମସ୍ତ ପ୍ରମୁଖ  ସରକାରୀ କାର୍ଯ୍ୟାଳୟଗୁଡିକୁ  ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ  ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ  ପ୍ରତିଷ୍ଠା ଦିବସ ତୋରଣ ପ୍ରଦର୍ଶିତହୋଇଥିଲା  । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,  ଭୁବନେଶ୍ୱର ମହାନଗର ନିଗମ, ପୁର୍ତ୍ତ ବିଭାଗ, ବିଡିଏ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ  ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାମାନେ ଏହି ଉତ୍ସବକୁ  ଆୟୋଜନ କରିବାରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଏବଂ ବିଶ୍ୱଜିତ୍ ବଳିୟାର ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପୋଲିସ୍ ପ୍ରଶାସନ ତଥା ଟ୍ରାଫିକ୍ ପୋଲିସ୍ ତରଫରୁ ଆବଶ୍ୟକ ଆଇନ୍ ଶୃଙ୍ଖଳା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *