ଭୁବନ ରେ ୧୪ ରୁ ରଜ ମହୋତ୍ସବ 

ଭୁବନ ୦୮/୦୬/୨୦୨୬ (ଓଡ଼ିଶା ସମାଚାର)- ଭୁବନ ରଜ ମହୋତ୍ସବ ଫାଉଣ୍ଡେସନ ତରଫରୁ ଏନ୍ ଏ ସି ଅନ୍ତର୍ଗତ ମା ହିଙ୍ଗୁଳା ପୀଠ ପରିସରରେ ଆସନ୍ତା୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ରଜ ମହୋତ୍ସବ ଅନୁଷ୍ଠିତ ହେବ । ୧୪ ତାରିଖ ପହିଲି ରଜରେ ଶଙ୍ଖଧ୍ୱନି,ହୁଳହୁଳି ,ମୁରୁଜ ଓ ସର୍ବ କନିଷ୍ଠ ବର୍ଗ ପିଲାଙ୍କ ପାଇଁ ବେଲୁନ ଫୁଙ୍କା ,୧୫ ତାରିଖ ସଂକ୍ରାନ୍ତି ମଝି ରଜରେ ମ୍ୟୁଜିକ ଚେୟାର,ପୁଚି, ଦଉଡ଼ି ଡିଆଁ,ଭୁବନ ର ଐତିହ୍ୟ,ପରମ୍ପରା, ରଜ ଓ ମହିଳା ମାନଙ୍କ ଉପରେ ଆଧାରିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସମେତ କନିଷ୍ଠ ବିଭାଗର ନୃତ୍ୟ ପରିବେଷଣ ଏବଂ ୧୬ ତାରିଖ ଶେଷ ରଜ ରେ ସଙ୍ଗୀତ,ଏକକ ଅଭିନୟ,ଘରୁ ପ୍ରସ୍ତୁତ କରି ଆଣିଥିବା ପିଠା ପ୍ରତିଯୋଗିତା ଓ ବରିଷ୍ଠ ବିଭାଗର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ମୁଖ୍ୟ ଆକର୍ଷଣ କବାଡି ପ୍ରତିଯୋଗିତା ରହିଛି । ପ୍ରତିଦିନ ଅପରାହ୍ନ ୨ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ରଜ ସନ୍ଧ୍ୟାରେ ପୁରସ୍କାର ବିବରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରଜ ଫାଉଣ୍ଡେସନ ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପୃଷ୍ଟି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଦିନକ ପୂର୍ବରୁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀ ମାନେ ଶିକ୍ଷକ ବସନ୍ତ ଦାସ ଓ ରତିକାନ୍ତ ସାହୁ (ଫକୀର ସାର୍) ଙ୍କୁ ସେମାନଙ୍କ ନାମ ଓ ବିଭାଗ ସମ୍ପର୍କରେ ଜଣାଇବାକୁ ଅନୁରୋଧ କରିଛନ୍ତି।

 

Leave a Reply

Your email address will not be published. Required fields are marked *