କଟକ ସଦର: ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ବିଧାୟକ ଙ୍କ ମଧ୍ୟରେ ବୁଝାମଣା ବୈଠକ,ଅଚାଳାଵସ୍ତା ର ଅବସାନ

 କଟକ ସଦର ,୧୮/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ପରଠାରୁ କଟକ ସଦର ପଞ୍ଚାୟତ ସମିତିର ବିଜେଡ଼ି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଓ କଟକ ସଦରର ନବନିର୍ବାଚିତ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଉପୁଜୁଥିବା ଅଚଳାବସ୍ଥା ର ସମାଧାନ ପାଇଁ ଆଜି ଗୁରୁବାର ଦିନ ଵିଡିଓ ରୁମନା ଜାଫ୍ରି ଙ୍କ ଆଵାହକତ୍ୱରେ ବୁଝାମଣା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ନୁଆ ବିଧାୟକ ନିର୍ବାଚିତ ହେଵା ପରେ ଗତ ମାସ ୨୧ ତାରିଖ ରେ ଵ୍ଲକର ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବରୁ ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ବନ୍ଦ କରିବା ସହିତ ବିଲ୍ ବନ୍ଦ୍ ରଖିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ସରପଂଚ ଓ ସମିତି ସଭ୍ୟ/ ସଭ୍ୟା ମାନେ ବିଧାୟକ ଙ୍କ ଏତାଦୃଶ ନିଷ୍ପତ୍ତି ର ପ୍ରତିବାଦ ସ୍ବରୂପ ଅଧ୍ୟକ୍ଷା ଙ୍କ ଉପରେ ଆସ୍ଥା ପ୍ରକଟ କରି ମେଳି ବାନ୍ଧିଥିଲେ। ଏଥିପାଇଁ ଗତ ୧୬ ତାରିଖ ମଙ୍ଗଳବାର ଦିନ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଵ୍ଲକରେ ଏକ ସମୀକ୍ଷା ବୈଠକ କରି ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ମାନଙ୍କରେ ଚାଲୁ ରହିଥିବା ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇପାରିବ ନାହିଁ ବୋଲି କହିଵା ପରେ ଏହା ଏକ ଭିନ୍ନ ମୋଡ଼ ନେଇଥିବା ଅଭିଯୋଗ ହୋଇଆସୁଥିଲା। ହେଲେ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଙ୍କ ଆଵାହକତ୍ୱରେ ବୁଝାମଣା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ହିତ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିଵାକୁ ଏଵଂ କୈ।ଣସି କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି ଵିଧାୟକ ଘୋଷଣା କରିବା ପରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା। ହେଲେ ଏହି ତାଳିପକା ବୈଠକ ଆଗାମୀ ଦିନରେ କି ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ଅପେକ୍ଷା ରହିଲା। ସୂଚନାଯୋଗ୍ୟ ଯେ ଆଜିର ବୈଠକରେ ସମସ୍ତଙ୍କ ପାଇଁ ଅଧ୍ୟକ୍ଷା ଓ ବିଧାୟକ ଅଲଗା ଅଲଗା ଖାଦ୍ୟପେୟ ର ଵ୍ୟଵ୍ୟସ୍ଥା କରିଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *