ଫୁଲନଖରାରେ ସାଇକେଲ ରାଲିକୁ ଭବ୍ୟ ସ୍ୱାଗତ

ଫୁଲନଖରା ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କଟକ ମହାନଗର ନିଗମ ଅନ୍ତର୍ଗତ ୫୯ନଂ ୱାର୍ଡ ତରଫରୁ ଫୁଲନଖରା ଛକ ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ କଟକସ୍ଥିତ ଆନନ୍ଦଭବନରୁ ଭୁବନେଶ୍ୱରସ୍ଥିତ ଶଙ୍ଖଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ରାଲିକୁ ଭବ୍ୟ ସ୍ୱାଗତ କରାଯାଇଥିଲା । କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆହ୍ୱାନକ୍ରମେ  ଏହି ରାଲିରେ ୫୯ନଂ ୱାର୍ଡର ଯୁବବର୍ଗ ଓ ଲକ୍ଷେଶ୍ୱର ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବିପୁଳ ସଂଖ୍ୟାରେ ଯୋଗଦେଇ ତେଲେଙ୍ଗାପେଣ୍ଠ ଠାରୁ ଫୁଲନଖରା ଛକ ପର୍ଯ୍ୟନ୍ତ  ଆସିଥିଲେ । ଫୁଲନଖରା ଛକ ଠାରେ କଟକ ସଦର ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଇକେଲ ରାଲିରେ ଆସୁଥିବା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ,  ଛାତ୍ର ଯୁବବ୍ୟାପାର ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ସମେତ ସମସ୍ତ ଯୁବବର୍ଗ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ୫୯ନଂ ୱାର୍ଡ ବିଜେଡି ସଭାପତି ଜ୍ଞାନରଂଜନ ସାହ ପରିିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *