କଟକ ସଦର ୦୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦିନ ଥିଲା ରାଜ୍ୟର ପୂର୍ବତନ ବରିଷ୍ଠ ମନ୍ତ୍ରୀ ଅଧୁନା ରାଜ୍ୟ ବିଜେଡି ସଂଗଠନର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ପ୍ରଭାବ ସର୍ବଜନ ବିଦିତ ଥିଲା। ହେଲେ ଏବେ ପ୍ରତାପଙ୍କର ପ୍ରତାପ ତଥା ପ୍ରଭାତ ଦିନକୁ ଦିନ ହ୍ରାସ ପାଉଥିବା ଦେଖାଯାଉଥିବା ଜଣାପଡିଛି। ପ୍ରକାଶ ଯେ କଟକ ସହରର ନେତା ହେଲେ ପ୍ରତାପ ଜେନା। ହେଲେ କଟକ ସହରର ବିଜେଡ଼ି ଭାଡି ଦିନକୁ ଦିନ ଖାଲି ହେବାକୁ ଯାଉଥିବା ବେଳେ ତାର ପ୍ରଭାବ କଟକ ସଦର ଉପରେ ପଡ଼ିବାକୁ ଯାଉଛି।ସବୁ ଜାଣି ମଧ୍ୟ ପ୍ରତାପ ଜେନା ଚୁପ୍ ରହିବାକୁ ନେଇ କର୍ମୀ ମହଲରେ ଉଦବେଗ ପ୍ରକାଶ ପାଇଛି।
ଏହି ପରିପ୍ରେକ୍ଷୀରେ ପ୍ରତାପଙ୍କ ଵାଲ୍ୟ ବନ୍ଧୁ କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ଯୁବ ବିଜେଡି ର ଉପସଭାପତି ସତ୍ୟ ଜେନା ଦୁଇବର୍ଷ ହେଲା ବିଜେଡ଼ି ରୁ କୋଣଠେସା ହୋଇ ରହିବା ପ୍ରତାପଙ୍କ ପାରିଵା ପଣିଆ ଉପରେ ଅନେକ ପ୍ରଶ୍ନବାଚୀ ଠିଆ କରିଛି। ସେଥିରେ ରାଜ୍ୟ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ କଥାକୁ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ହେୟ ଜ୍ଞାନ କରୁଥିବା ଅଭିଯୋଗ ହେଉଥିଲା ବେଳେ କଟକ ସଦରରେ ଜନୈକ ପରାଜିତ ନେତାଙ୍କ ହାତ ଵାରିସୀ ସାଜିଥିବା ଜଣାପଡିଛି। ଏଥିପାଇଁ କଟକ ସଦର ର କେତେକ ଛାମୁଆ ନେତା ଓ କର୍ମୀ ନିକଟରେ ଦଳ ଛାଡ଼ିବାକୁ ମନସ୍ଥ କରିଥିବା ଜଣାପଡିଛି।’ଯିଏ ସାଙ୍ଗର ନୁହେଁ ସିଏ ଆଉ କାହାର ନୁହେଁ’ ବୋଲି ପ୍ରତାପ ଜେନା ଓ ସତ୍ୟ ଜେନା ଙ୍କ ଆଡ଼କୁ ଇଙ୍ଗିତ କରି ଲୋକେ କୁହାକୁହି ହେଉଛନ୍ତି।
