ବ୍ଲକ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

 ନିଶ୍ଚିନ୍ତକୋଇଲି ୦୬/୦୬/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ପରିବେଶ ସୁରକ୍ଷା ନିମିତ୍ତ ଜଳ, ବାୟୁ, ମୃତ୍ତିକା, ଜଙ୍ଗଲ, ଶବ୍ଦ, ଆଲୋକ ଆଦି ର ପ୍ରଦ୍ୟୁଷଣ ମୁକ୍ତ ରଖିବାଏକାନ୍ତ ବିଧେୟ ବୋଲି ବ୍ଲକ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଵିଶିଷ୍ଟ ପରିବେଶପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାଯତ ଗୋପପୁର ପଣସପଡ଼ିଆ ପଣ୍ଡାଭବନ ପରିସରରେ ‘ କୃଷକ ସମ୍ବାଦ ‘ ଓ ‘ଜନମଙ୍ଗଳ ‘ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ କୃଷକ ସମ୍ବାଦ ର ସମ୍ପାଦକ ଵିଶିଷ୍ଟ ସମାଜସେବୀ ଭାସ୍କର ବେହେରା ଙ୍କ ପ୍ରବର୍ତ୍ତନ କ୍ରମେ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।

ଜନମଙ୍ଗଳ ସଭାପତି ଵିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କୁ ନିଶ୍ଚିନ୍ତକୋଇଲି ବ୍ଲକ କୃଷି ଅଧିକାରୀ ଶୁଭସ୍ମିତା ମହାପାତ୍ର ଉଦଘାଟନ କରି ଜୈବ ବିବିଧତା ର ସୁରକ୍ଷା ରେ ପ୍ରକୃତି କୁ ଆପଣାଇବାକୁ ମତ ରଖିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶିକ୍ଷାବିତ ଅକ୍ଷୟ କୁମାର ଷଡଙ୍ଗୀ ଯୋଗ ଦେଇ ବ୍ୟାପକ ଵୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ।

କାଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଫକୀର ଚରଣ ନାୟକ, ଵିଶିଷ୍ଟ ଅତିଥି ଭାବେ ରାଜ୍ୟ ସାମ୍ୱାଦିକ ସଂଘ ଯୋଗାଯୋଗ ମୁଖ୍ୟ ନିର୍ବାହୀ ଶଶି ଭୂଷଣ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ବଳରାମ ପାତ୍ର, ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଡ ପ୍ରସନ୍ନ କୁମାର ଦାସ, ଚିକିତ୍ସକ ଡାକ୍ତର ଅଶ୍ୱିନୀ କୁମାର ଲେଙ୍କା, ମହନ୍ତ ଅନନ୍ତ ରାମ ଦାସ,ସମାଜସେବୀ ଦେବବ୍ରତ ପଣ୍ଡା ପ୍ରମୁଖ ଯୋଗଦାନ କରିଥଲେ। ଏହି ଅବସରରେ ସାମୁହିକ ସବୁଜ ଶପଥ ପାଠ ଓ ଅତିଥି ମାନଙ୍କ ଦ୍ୱାରା ଵୃକ୍ଷ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠିକା କୃତିରାଣୀ ମାହାଳି, ପ୍ରେମଲତା ବେହେରା, ନିବେଦିତା ଶତପଥୀ, ସୁନୀଲ କୁମାର ପଣ୍ଡା, ହରପ୍ରିୟା ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦମୟନ୍ତୀ ମଲ୍ଲିକ, ପ୍ରମୋଦିନୀ ରାଉତ, ରୀଙ୍କୁବାଳା ବେହେରା, ଝରଣା ସିଂହ, ଜାନକୀ ମଲ୍ଲିକ, ସ୍ୱର୍ଣ୍ଣପ୍ରଭା ବେହେରା, କବିତା ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ। ଶେଷରେ ସ୍ୱେଚ୍ଛାସେବୀ ହରିହର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *