ଭୁବନେଶ୍ୱର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନ୍ଧାର୍ୁଆ ନିକଟସ୍ଥ ପାଦପଦ୍ମ ପାହାଡ଼ଠାରେ ଅନୁଷ୍ଠାନର ସମ୍ପାଦକ ଅରବିନ୍ଦ ତି୍ରପାଠୀଙ୍କ ପୌରୋହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଅସହାୟ, ଅଭାବୀ ମହିଳାଙ୍କୁ ବସ୍ତ୍ର ବନ କରାଯାଇଥିଲା । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢୀ, ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ୍ ର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକା ସମିତା ମହାରଣା, ନାରାୟଣ ଖୁଂଟିଆ, ସିତାଂଶୁ ମହାରଣା, ସତ୍ୟବ୍ରତ ଜେନା, ସମାଜସେବୀ ସମୀର ମହାପାତ୍ର , ବିଦୁ୍ୟତପ୍ରଭା ସିଂ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ବିଗତ ପାଂଚ ବର୍ଷ ଧରି ବସ୍ତ୍ର ବଂଟନ, ବୃକ୍ଷରୋପଣ, ରକ୍ତଦାନ, ଅସହାୟମାନଙ୍କୁ ସହଯୋଗ କରିବା ଆଦି କାର୍ଯ୍ୟକ୍ରମମାନ କରି ଉଚ୍ଚ ପ୍ରଶଂସିତ ହୋଇଆସିଛି । ଅନୁଷ୍ଠାନର ସଦସ୍ୟ ପି୍ରୟବ୍ରତ ବାରିକ, ଗାୟତ୍ରୀ ଓ ଲୁସି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଦିପ୍ତୀମୟ ରଣା ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ ।