ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ  ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମ ରେ  ନାମିତ  ହେବ ଡକ୍ଟର ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ  କରାଯିବ  ସ୍ଵତନ୍ତ୍ର  ଗ୍ୟାଲେରୀ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ  ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମ ରେ  ନାମିତ  ହେବ

ଡକ୍ଟର ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ  କରାଯିବ  ସ୍ଵତନ୍ତ୍ର  ଗ୍ୟାଲେରୀ

ଭୁବନେଶ୍ୱର,୦୬/୦୨/୨୦୨୪ (ଓଡ଼ିଶା ସମାଚାର)-  ଭାରତୀୟ  ସମ୍ବିଧାନର  ଜନକ ତଥା   ସାମାଜିକ  ନ୍ୟାୟର  ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ ଭୁବନେଶ୍ଵର  ବରମୁଣ୍ଡାର  ନବନିର୍ମିତ  ବସ ଷ୍ଟାଣ୍ଡ । ଆଜି  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର  ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ   ଡକ୍ଟର  ଆମ୍ବେଦକର  ଜଣ  ଦୂରଦର୍ଶୀ ନେତା  ସମର୍ପିତ  ସମାଜ  ସଂସ୍କାରକ  ଥିଲେ । ସମାଜର  ଦଳିତ  ନିଷ୍ପେଶିତଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ । ଏକ   ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି  ।

ଦେଶ ଗଠନରେ  ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ  900  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ ।  ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ  ଡକ୍ଟର  ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶକୁ  ଏଠାରେ  ସୁନ୍ଦର  ଭାବରେ  ଉପସ୍ଥାପିତ  କରାଯିବ. ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ  ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ୟ ଏଠାରେ  ପ୍ରଦର୍ଶିତ  ହେବ ।

15.5 ଏକର  ପରିମିତ  ଜମିରେ  ନିର୍ମିତ  ଏହି  ବସଷ୍ଟାଣ୍ଡ  ଦୈନିକ  ତିରିଶ  ହଜାର  ଯାତ୍ରୀଙ୍କ  ପରିବହନର  ମୁଖ୍ୟ  ମାଧ୍ୟମ  ହେବ । ଏହାକୁ  ଦୃଷ୍ଟିରେ  ରଖି ଏଠାରେ ଯାତ୍ରୀମାନଙ୍କ  ପାଇଁ  ବିଭିନ୍ନ  ସୁବିଧା  ସୁଯୋଗର  ବିକାଶ  କରାଯିବା  ସହ  ନିରାପତ୍ତା  ପ୍ରତି  ମଧ୍ୟ  ସ୍ଵତନ୍ତ୍ର  ଧ୍ୟାନ  ଦିଆଯାଇଛି ।

Leave a Reply

Your email address will not be published. Required fields are marked *