ଭୁବନ ହାଇ ସ୍କୁଲ ୧୯୭୫ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ

ଭୁବନ ୨୬/୦୨/୨୦୨୪ (ଓଡ଼ିଶା ସମାଚାର)-  ଭୁବନ ହାଇ ସ୍କୁଲ ୧୯୭୫ ମସିହା ମାଟ୍ରିକ ବ୍ୟାଚ ର ସପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ କପିଳାସ ସାଇନ୍ସ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଦାଧର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇ ସମସ୍ତ ସାଥୀ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ରାଜ କିଶୋର ଅଗ୍ରୱାଲା, ବେଣୁଧର ଗୁରୁ,ଶ୍ରୀବତ୍ସ କୁମାର ଦାସ, ଈଶ୍ୱର ଚନ୍ଦ୍ର ଅଗ୍ରୱାଲା, ପ୍ରଫୁଲ୍ଲ କୁମାର ସାହୁ , ରୋହିତ କୁମାର ବେହେରା ,ପ୍ରଦୀପ କୁମାର ବିଶ୍ବାଳ,ଭଗବାନ ସାହୁ ପ୍ରମୁଖ ବନ୍ଧୁ ମିଳନ ର ଆବଶ୍ୟକତା ସଂପର୍କ ରେ  ଗୁରୁତ୍ୱାରୋପ କରିଥିଲେ । ଗୋକୁଳ ଚନ୍ଦ୍ର ସାହୁ,ରାଘବ ଚନ୍ଦ୍ର ଚିନରା ,ଜୟ କୃଷ୍ଣ ବାରିକ,ବିଜୟ କୁମାର ଚିନରା, ଅମ୍ବୁଜ କୁମାର ଚିନରା,ବାଇଧର ନାୟକ,ପ୍ରସନ୍ନ କୁମାର ସାହୁ,   ରସାନନ୍ଦ ସାହୁ ସହଯୋଗ କରିଥିଲେ । ବୟସର ଅପରାହ୍ନରେ ପହଞ୍ଚିଥିବା ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ସାଥୀ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଯୁଗଳ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ବ୍ରହ୍ମାନନ୍ଦ ସାହୁ ଓ ବେଣୁଧର ଗୁରୁ ପରିଚାଳନା କରିଥିଲେ । ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ସାଥୀ ସପରିବାର ବାବା ଚନ୍ଦ୍ରଶେଖର ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *