ଭୁବନେଶ୍ୱର,୦୨/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଲଗାତର ତୈଳ ଦର ବୃଦ୍ଧି ଯୋଗୁ ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା। ନିକଟରେ ଗତ ମେଁ ମାସ ୧୫ ତାରିଖରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ଆଜି ଦ୍ୱିତୀୟ ଥର ବସ୍ ଭଡ଼ା ବଢାଇଲେ ରାଜ୍ୟ ସରକାର। ୧୦ ଦିନ ମଧ୍ୟରେ ସରକାର ବସ୍ ଭଡ଼ା ବଢ଼ାଇବା ପାଇଁ କଟକରେ ଆୟୋଜିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କାର୍ୟ୍ୟକାରିଣୀ ବୈଠକରେ ନିଷ୍ପତି ନିଆଯାଇଥିଲା । ଯଦି ସରକାର ୧୦ ଦିନ ଭିତରେ କୌଣସି ନିଷ୍ପତି ନ ନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରିବା ପାଇଁ ସଂଘ ବାଧ୍ୟ ହେବ ବୋଲି ନିଷ୍ପତି ନିଆଯାଇଥିଲା ।
ଆଜି ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବାବେଳେ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସା ଏବଂ ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି। ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସା, ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ନିକଟରେ ଗତ ମେଁ ମାସ ୧୫ ରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ଏବଂ ବର୍ଦ୍ଧିତ ବସ୍ ଭଡ଼ା ୧୬ ତାରିଖରୁ ଲାଗୁ ହୋଇଥିଲା । ସାଧାରଣ/ ଏକ୍ସପ୍ରେସ ଭଡ଼ା କିମି ପିଛା ୨ ପଇସା , ଡିଲକ୍ସ/ଏସି ଡିଲକ୍ସ ଭଡ଼ା ୪ପଇସା ଓ ସୁପର ଡିଲକ୍ସ ଭଡ଼ା କିମି ପିଛା ୬ପଇସା ବଢିଥିଲା । ଅର୍ଡ଼ିନାରୀ ବସ୍ କିମି ପ୍ରତି ୨ ପଇସା ଲେଖା ୮୮ ପିଇସା ରୁ ୯୦ ପଇସା, ଏକ୍ସପ୍ରେସ ବସ୍ କିମି ପ୍ରତି ୨ ପଇସା ଲେଖା ୯୨ ପଇସା ରୁ ୯୪ ପଇସା, ଡ଼ିଲକ୍ସ ବସ୍ କିମି ପ୍ରତି ୪ ପଇସା ଲେଖା ୧୨୭ ରୁ ୧୩୧ ପଇସା,ଏସି ଡ଼ିଲକ୍ସ ବସ୍ କିମି ପ୍ରତି ୪ ପଇସା ଲେଖା ୧୫୫ ପିଇସା ରୁ ୧୫୯ ପିଇସା ଓ ସୁପର ଡ଼ିଲକ୍ସ ପ୍ରିମିୟମ ବସ୍ କିମି ପ୍ରତି ୬ ପଇସା ଲେଖା ୨୪୧ ପିଇସା ରୁ ୨୪୭ ପଇସା କୁ ବୃଦ୍ଧି ପାଇଥିଲା ।
ତୈଳ ଦର ବୃଦ୍ଧି ପରେ ରାଜ୍ୟ ରେ ବସ୍ ଭଡ଼ା ବଢିଲା — ଆସନ୍ତାକାଲି ଠାରୁ ଏହି ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ହେବ
