କଟକ,୦୨/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ସଦର ପ୍ରେସ୍ କ୍ଲବ ଫୁଲନଖରା, ଓ ଇଂ. ଅଭିଷେକ ମେମୋରିଆଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମାଟ୍ରିକ ମେଧା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୁରାଙ୍ଗଶାସନସ୍ଥିତ ଆମ୍ରପଲ୍ଲୀ ରିସର୍ଟ ସଭାଗୃହରେ ଆୟୋଜିତ ସମାରୋହରେ ପ୍ରେସ୍ କ୍ଳବ ସଭାପତି ସୁରେନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ତମ୍ଭକାର ଅଧ୍ୟାପକ ଡଃ ବିରଞ୍ଚି ନାରାୟଣ ଦାସ, ମୂଖ୍ୟଅତିଥି, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ ଜୀ ମୂଖ୍ୟବକ୍ତା, ଅଭିନେତ୍ରୀ ଶ୍ରେୟା ସ୍ୱାଇଁ, ଶିକ୍ଷାବିତ୍ ରଞ୍ଜନ ଲେଙ୍କା, ଉପଦେଷ୍ଟା ପଣ୍ଡିତ ଅଜୟ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଧା ଛତ୍ରଛତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ ପାଲ, ଶୁଦ୍ଧାନନ୍ଦ କଲେଜ ଡିନ୍ ପ୍ରଫେସର ରଞ୍ଜନ କୁମାର ସାହୁ, ଆଞ୍ଚଳିକ ଶିକ୍ଷା କମିଟିର କାର୍ଯ୍ୟକାରୀ ସଭାପତି ସ୍ବାଧୀନଚେତା ମହାନ୍ତି, ମା’ଧାକୁଲେଈ ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ପ୍ରମୋଦ ସ୍ଵାଇଁ, ସହ ସମ୍ପାଦକ ବାଦଲ ଜେନା, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ବିନୀ ମହାପାତ୍ର, ସମ୍ପାଦକ ଅନୁପ ସାସମଲ, କଳ୍ପତରୁ ଖୁଣ୍ଟିଆ, ଦିଲୀପ ମହାରଣା, ଚନ୍ଦ୍ରମଣି ପ୍ରଧାନ, ଶରତ କୁମାର ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ପତି, ଅନ୍ନପୂର୍ଣା ସାହୁ, ଅରୁଣ ସାହୁ, ଦିଲୀପ ବେହେରା,
ଆଲୋକ ଦାସ, ବିନାୟକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖୁଥୁବା ୩୫ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ଅଜୟ ଦାଶ, କାନନ ବିହାରୀ ନାୟକ, ରାଜକିଶୋର ବେହେରା, ଆଦିତ୍ୟ ଛୋଟରାୟ, ବିଭୁତି ଭୂଷଣ ତରାଇ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅଜୟ କୁମାର ପାତ୍ର, ଗଜେନ୍ଦ୍ରନାଥ ଦାସ, ଟୁନା ଜେନା ସହଯୋଗ କରିଥିଲେ। ପ୍ରେସ୍ କ୍ଲବ ସମ୍ପାଦକ ପ୍ରତାପ କେଶରୀ ପାତ୍ର ଧନ୍ୟବାଦ ଦେଇଥିଲେ।
