କଟକ,୧୦/୦୧/୨୦୨୪(ଓଡ଼ିଶା ସମାଚାର)- ଖାନନଗରସ୍ଥିତ କଟକ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି) ପରିଚାଳନାରେ ଶୃଙ୍ଖଳା ଆଣିବା ପାଇଁ ପରିବହନ ଅଧିକାରୀ ସଂଜୟ କୁମାର ବେହେରା ନିର୍ଦ୍ଧେଶ ଦେଇଛନ୍ତି । ଏନେଇ ସିଏନବିଟିରେ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍, କାର ଓ ପ୍ରବେଶ କରୁଥିବା ଅଟୋରିକ୍ସାର ସୁରିଚାଳନା ନିମନ୍ତେ ସେ ଅଧିନସ୍ଥ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଟ୍ରାଫିକ ଏସି ି ସୁଶାନ୍ତ କୁମାର ସିଂହ, ପରିବହନ ବିଭାଗର ଇନ୍ସପେକ୍ଟର ରଂଜନ କୁମାର ଦୋରା, କଟକ ଅଟୋ ଆସୋସିଏସନର ସାଧାରଣ ସଂପାଦକ ଶୈଲେନ ଧଳ, କଟକ ଘରୋଇ ବସ୍ ମାଲିକ ସଂଘର ପ୍ରିୟବ୍ରତ ତ୍ରିପାଠୀ, ସିଏନବିଟିର ପରିଚାଳକ ପ୍ରଶାନ୍ତ ଦାସ, ସିକୁ୍ୟରିଟି ଅଧିକାରୀ ସୁଧାଂଶୁ ଶେଖର, ସିଏନବିଟି ଫାଣ୍ଡି ଅଧିକାରୀ ବିନୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲା ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧେଶାନାମାକୁ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା କରିଥିଲେ । ପରିବହନ ବିଭାଗର ନିଷ୍ପତି ଅନୁଯାୟୀ ବାଦାମବାଡି ଟ୍ରାଫିକ ପୋଷ୍ଟରୁ ସିଏନବିଟି ରାସ୍ତାରେ କୌଣସି ଗାଡି ଯାତ୍ରୀ ଉଠାଇପାରିବ ନାହିଁ କି ଓହ୍ଲାଇ ପାରିବ ନାହିଁ । ସେହିଭଳି ଯାତ୍ରୀଙ୍କୁ ନେଇ ଆସୁଥିବା ପ୍ରିପେଡ୍ ଅଟୋ ରିକ୍ସାଗୁଡିକ ସିଏନବିଟିରେ ଯାତ୍ରୀଙ୍କୁ ଓହ୍ଲାଇ ତତ୍କ୍ଷଣାତ୍ ପ୍ରସ୍ଥାନ କରିବାକୁ କୁହାଯାଇଛି । ସେମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ସେହିଭଳି ସିଏନବିଟି ଭିତରେ କିମ୍ବା ବାହାରେ କୌଣସି ଉଠା ଦୋକାନୀ ବସି ପାରିବେ ନାହିଁ ଓ ଝାଞ୍ଜିରୀମଙ୍ଗଳା ପାଖ ରାସ୍ତାକୁ ଚଉଡା କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ରାତ୍ରୀକାଳୀନ ବସ୍ ଅନ୍ୟ କୌଣସି ସ୍ଥାନରେ ନ ରହି ଟର୍ମିନାଲରେ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଧେଶ ଜାରି କରାଯାଇଛି । ଏଥିସହିତ ସିଏନବିଟି ସମ୍ମୁଖରେ କାର କିମ୍ବା ଅଟୋ ରଖିବାକୁ ବାରଣ କରାଯାଇଛି । ଯଦି କୌଣସି ଗାଡି ସେଠାରେ ରଖାଯାଏ ତେବେ ଜୋରିମାନା ଆଦାୟ କରାଯିବ ।
Related Posts
କେନ୍ଦ୍ରାପଡା ସହର କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ସାଂଗଠନିକ ବୈଠକ
କେନ୍ଦ୍ରାପଡ଼ା,୧୭/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରେଙ୍ଗଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ଶରତ…
ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚ଼୍ ର ଦ୍ବିତୀୟ ବାର୍ଷିକ ବନ୍ଧୁ ମିଳନ
ବାଣପୁର, ୧୨/୧୨/୨୦୨୪ (ଓଡ଼ିଶା ସମାଚାର)-ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ର ୧୯୯୪ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କ ସମୂହ ପ୍ରଚ଼େଷ୍ଟା ରେ ଦ୍ବିତୀୟ ବାର୍ଷିକ ବନ୍ଧୁ…
୨ ତାରିଖରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-୨ ତାରିଖ ଠାରୁ ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି । ସେ…
