କଟକ,୧୦/୦୧/୨୦୨୪(ଓଡ଼ିଶା ସମାଚାର)- ଖାନନଗରସ୍ଥିତ କଟକ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି) ପରିଚାଳନାରେ ଶୃଙ୍ଖଳା ଆଣିବା ପାଇଁ ପରିବହନ ଅଧିକାରୀ ସଂଜୟ କୁମାର ବେହେରା ନିର୍ଦ୍ଧେଶ ଦେଇଛନ୍ତି । ଏନେଇ ସିଏନବିଟିରେ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍, କାର ଓ ପ୍ରବେଶ କରୁଥିବା ଅଟୋରିକ୍ସାର ସୁରିଚାଳନା ନିମନ୍ତେ ସେ ଅଧିନସ୍ଥ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଟ୍ରାଫିକ ଏସି ି ସୁଶାନ୍ତ କୁମାର ସିଂହ, ପରିବହନ ବିଭାଗର ଇନ୍ସପେକ୍ଟର ରଂଜନ କୁମାର ଦୋରା, କଟକ ଅଟୋ ଆସୋସିଏସନର ସାଧାରଣ ସଂପାଦକ ଶୈଲେନ ଧଳ, କଟକ ଘରୋଇ ବସ୍ ମାଲିକ ସଂଘର ପ୍ରିୟବ୍ରତ ତ୍ରିପାଠୀ, ସିଏନବିଟିର ପରିଚାଳକ ପ୍ରଶାନ୍ତ ଦାସ, ସିକୁ୍ୟରିଟି ଅଧିକାରୀ ସୁଧାଂଶୁ ଶେଖର, ସିଏନବିଟି ଫାଣ୍ଡି ଅଧିକାରୀ ବିନୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲା ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧେଶାନାମାକୁ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା କରିଥିଲେ । ପରିବହନ ବିଭାଗର ନିଷ୍ପତି ଅନୁଯାୟୀ ବାଦାମବାଡି ଟ୍ରାଫିକ ପୋଷ୍ଟରୁ ସିଏନବିଟି ରାସ୍ତାରେ କୌଣସି ଗାଡି ଯାତ୍ରୀ ଉଠାଇପାରିବ ନାହିଁ କି ଓହ୍ଲାଇ ପାରିବ ନାହିଁ । ସେହିଭଳି ଯାତ୍ରୀଙ୍କୁ ନେଇ ଆସୁଥିବା ପ୍ରିପେଡ୍ ଅଟୋ ରିକ୍ସାଗୁଡିକ ସିଏନବିଟିରେ ଯାତ୍ରୀଙ୍କୁ ଓହ୍ଲାଇ ତତ୍କ୍ଷଣାତ୍ ପ୍ରସ୍ଥାନ କରିବାକୁ କୁହାଯାଇଛି । ସେମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ସେହିଭଳି ସିଏନବିଟି ଭିତରେ କିମ୍ବା ବାହାରେ କୌଣସି ଉଠା ଦୋକାନୀ ବସି ପାରିବେ ନାହିଁ ଓ ଝାଞ୍ଜିରୀମଙ୍ଗଳା ପାଖ ରାସ୍ତାକୁ ଚଉଡା କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ରାତ୍ରୀକାଳୀନ ବସ୍ ଅନ୍ୟ କୌଣସି ସ୍ଥାନରେ ନ ରହି ଟର୍ମିନାଲରେ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଧେଶ ଜାରି କରାଯାଇଛି । ଏଥିସହିତ ସିଏନବିଟି ସମ୍ମୁଖରେ କାର କିମ୍ବା ଅଟୋ ରଖିବାକୁ ବାରଣ କରାଯାଇଛି । ଯଦି କୌଣସି ଗାଡି ସେଠାରେ ରଖାଯାଏ ତେବେ ଜୋରିମାନା ଆଦାୟ କରାଯିବ ।
Related Posts
ଶିବ ଚରଣ ଵୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ବିଶ୍ୱାସ
କର୍କଟ ରୋଗ ଉପରେ ବିଶେଷ ଆଲୋଚନା ଚକ୍ର ରାଉରକେଲା,୨୮/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)- ଶ୍ୟାମ ଅନୁ ଦେବକୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା,…
ବାହାରିନ ରେ ଚମକିଲା ଓଡିଶା
ଭୁବନେଶ୍ୱର,୨୪/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାହାରିନ ର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବ ର ଆୟୋଜନ କରାଯାଇଥିଲା ।ଭାରତୀୟ…
ଓଡ଼ିଶାର ୧,୦୦୦ରୁ ଅଧିକ କେନ୍ଦ୍ରରେ ଇଣ୍ଟର୍ନଶିପ୍ ସୁଯୋଗ: ବିପୁଟ – ଓକେସିଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର
ଭୁବନେଶ୍ୱର,୨୬/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ପ୍ରମୁଖ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପୁଟ ), ରାଉରକେଲା ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି…
