ସଂଜୀବ ମେମୋରିଆଲ କ୍ରିକେଟ: ଚମ୍ପାଗଡ ବିଜୟୀ

ନିରାକାରପୁର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୁ ଖେଳପଡିଆ ଲେଣ୍ଡୁ କ୍ରିକେଟ ଆସୋସିଏସନ୍ ତରଫରୁ ଉସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ ଡମଣଭୂମି କ୍ରିକେଟ କ୍ଳବ୍ ଓ ଚମ୍ପାଗଡକ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିଣି ଡମଣଭୂମି ଦକ ୧୨ ଓଭର ବିନିମୟରେ ୭୩ ରନ କରି ଥିଲା। ଚମ୍ପାଗଡ ଦକ ୬ ଉଇକେଟ ହରାଇ ୭୪ ରନ କରି ବିଜୟୀ ହୋଇଛି। ଆଜିର ଖେଳକୁ ସୁଶାନ୍ତ ସାମନ୍ତରାୟ ଓ ରିପୁନ ମଙ୍ଗରାଜ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ପ୍ରଧାନ ଶିକ୍ଷକ ନିମନ୍ତ କୁମାର ମାଝୀ, ଶିଶିର କୁମାର ପାଇକରାୟ, ଧନେଶ୍ଵର ମାଝୀ , ପାପୁନା ବିଶ୍ଵାଳ ଓ ପିନୁ ବାରିକ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୋହି ମଙ୍ଗରାଜ,ଗୁଡୁ ବିଶୋଇ, ଜିତୁ ପ୍ରଧାନ, ବଗୁଲି ପ୍ରଧାନ , ସୁମ ସ୍ବାଇଁ, ଓମ ବିଶ୍ଵାଳ, ଶକ୍ତି ମହାନ୍ତି,ପିପୁ ଛୋଟରାୟ , ବାବୁ ରାଉତରାୟ ଓ ରାଜୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *